ଭି କେ ପାଣ୍ଡିଆନଙ୍କ ବିଶାଳ ରୋଡସୋ ହଜାର ହଜାର କର୍ମୀଙ୍କ ଜନସମାଗମ

3

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )କଳାହାଣ୍ଡି ଭବାନୀପାଟଣା ସହର ଜନ ସମୁଦ୍ର ଦେଖିବାକୁ ମିଳିଥିଲା,ବିଜେଡିର ବରିଷ୍ଠ ନେତା ତଥା ଷ୍ଟାର ପ୍ରଚାରକ କାର୍ତିକ ପାଣ୍ଡିଆନ ହାଇ ଭୋଲଟେଜ ରୋଡ ସୋ କରିଛନ୍ତି। ବିଜେଡି ଲୋକସଭା ପ୍ରାଥୀ ଲମ୍ବୋଦର ନିଆଲ ଓ ଭବାନୀପାଟଣା ବିଧାନସଭାପ୍ରାଥୀ ଲଳିତା ନାଏକ ପାଁଇ ଭୋଟ ମାଗିଛନ୍ତି। ଶୁକ୍ରବାର ଅପରାହ୍ନ ପ୍ରାୟ ସାଡେ ୫ଟା ରେ ଶ୍ରୀ ପାଣ୍ଡିଆନ ଏକ ସ୍ୱତନ୍ତ୍ର ହେଲିକେପଟରରେ ସ୍ଥାନୀୟ ମା ‘ମାଣିକେଶରୀ ବିଶ୍ୱବିଦ୍ୟାଳୟ ଖେଳପଡିଆରେ ଓଲ୍ହାଇଥିଲେ। ସେଠାରେ ବିଜେଡି ପକ୍ଷରୁ ଆୟୋଜିତ ବିଶାଳ ରୋଡ ସୋ ‘ରେ ସାମିଲ ହୋଇଥିଲେ ସ୍ଥାନୀୟ କଲେଜ ଛକରୁ ଶୋଭାଯାତ୍ରା ଆରମ୍ଭ ହୋଇ ଇରିଗେଶନ କଲୋନୀ ଛକ, ମାଣିକେଶ୍ୱରୀ ଷ୍ଟେଚ୍ୟୁ ଛକ, ଘୋଡାଘାଟ ଛକ, ନକ୍ଟିଗୁଡା ଛକରେ ପହଞ୍ଚିଥିଲା। ରୋଡ ସୋ’ରେ ବିଜେଡିର ଲୋକସଭା ପ୍ରାଥୀ ଶ୍ରୀ ନିଆଲ ଏବଂ ଭବାନୀପାଟଣା ବିଧାନସଭା ପ୍ରାଥୀ ଶ୍ରୀମତି ନାଏକଙ୍କ ପାଁଇ ଭୋଟଭିକ୍ଷା କରିଥିଲେ। ପ୍ରାୟ ତିନି ଘଣ୍ଟା ରୋଡ ସୋ ରେ ହଜାର ହଜାର ସ୍ଥାନୀୟ ଜନସାଧାରଣ ସମେତ ବିଜେଡି ନେତା ଓ କର୍ମୀ ସାମିଲ ହୋଇଥିଲେ। ରାତି ପ୍ରାୟ ୯ଟାରେ ରୋଡ ସୋ ଶେଷ ହୋଇଥିଲା। ରୋଡ ସୋ ସମୟରେ ପ୍ରବଳ ଜଣସମାଗମ ଯୋଗୁ ଦୀର୍ଘ ସମୟ ଧରି ରାସ୍ତା ସମ୍ପୂର୍ଣ ଜାମ ରହିଥିଲା । ଫଳରେ ଇନ ଏଚ ୨୬ର ଉଭୟପାର୍ଶ୍ୱରେ ସହ ସହ ଯାନ ବାହାନ ଅଟକି ରହିଥିଲେ। କଳାହାଣ୍ଡି ଏ ସ ପି ଅଭିଳାଷ ଜିଙ୍କ ତତ୍ୱାବଧାନରେ ଟ୍ରାଫିକ ପରିଚାଳନା କରାଯାଇଥିବା ଦେଖିବାକୁ ମିଳିଥିଲା। ପରେ ନକ୍ଟିଗୁଡା ଠାରେ ଆୟୋଜିତ ପଥପ୍ରାନ୍ତ ସଭାରେ ଉପସ୍ଥିତ। ଜନସାଧାରଣଙ୍କୁ ଉଦବୋଧନ ଦେଇ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ନବୀନ ସରକାର ହେଉଛି ସାଢେ ଚାରି କୋଟି ଓଡ଼ିଆଙ୍କ ସରକାର।ନବୀନ ବାବୁଙ୍କୁ ୬ଷ୍ଟ ଥର ମୁଖ୍ୟମନ୍ତ୍ରୀ କରିବା ପାଁଇ ଏଥର ବିଜେଡିରୁ ଭୋଟଦେବାକୁ ଅନୁରୋଧ କରିଥିଲେ।, ମୁଖ୍ୟମନ୍ତ୍ରୀଙ୍କ ପ୍ରତି ପ୍ରବଳ ଜଣସମର୍ଥନ ଦେଖି ବିରୋଧୀଙ୍କ ନିଦ ହଜିଯାଇଛି। ବି.ଏସ. କେ ୱାଇ ମିଶନ ଶକ୍ତି ଭଳି ଜନକଲ୍ୟାଣକାରୀ ଯୋଜଜାନ ବନ୍ଦ କରିବାକୁ ସେମାନେ ଚକ୍ରାନ୍ତ କରିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ବିଜେଡି ନେତା ଶ୍ରୀ ପାଣ୍ଡିଆନ ସ୍ଥାନୀୟ ଭଟାଙ୍ଗପଦର ରେ ରାତ୍ରି ରହଣି କରିଥିବାର ସୂଚନା ମିଳିଛି । ଏଠାଥରେ ଜିଲ୍ଲା କାର୍ଯ୍ୟ କର୍ତ୍ତାଙ୍କ ସହ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବୈଠକ ହୋଇଥିଲା । ଆଜି ଶନିବାର ବିଜେଡି ବରିଷ୍ଠ ନେତା ଶ୍ରୀ ଭି କେ ପାଣ୍ଡିଆନ ଭୂନେଶ୍ୱର ପ୍ରତ୍ୟାବର୍ତନ କରିଥିଲେ l

Leave A Reply

Your email address will not be published.