ଗୁଣପୁର:ଗୁଣପୁର ମୋଟର କର୍ମଚାରୀ ସଂଘ ତରଫରୁ ୧୩୮ ତମ ବିଶ୍ୱ ଶ୍ରମିକ ଦିବସ ପାଳନ ଅବସରରେ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରେ ପତାକା ଉତ୍ତୋଳନ କରିବା ସହ ବାଇପାସ୍ ଛକ ଠାରେ କମ୍ରେଡ୍ ନାଗଭୂଷଣଙ୍କ ପ୍ରତିମୂର୍ତ୍ତି ରେ ମୋଟର କର୍ମଚାରୀ ସଂଘ ର ସଭାପତି ଫଣୀଭୁଷଣ ପଟ୍ଟନାୟକ ପୁଷ୍ପମାଲ୍ୟାପଣ କରିବା ସହ ପତାକା ଉତ୍ତୋଳନ କରିଛନ୍ତି।
ଏ ବର୍ଷ ର ଶ୍ରମିକ ମାନଙ୍କ ଅଧିକାର ହେଉଛି ସାମାଜିକ ନ୍ୟାୟ ଓ (ଭଲ ମଜୁରୀ)ମାତ୍ର ଆଜିର ଦିନରେ ଶ୍ରମିକ ଙ୍କୁ ସର୍ବନିମ୍ନ ମଜୁରୀ ସୁନିଶ୍ଚିତ ହୋଇପାରୁ ନାହିଁ।
ମନରେଗା ରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ଦୈନିକ ୬୦୦ ଟଙ୍କା ମଜୁରୀ ଦେବାକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଦାବି କରୁଥିଲା ବେଳେ ସରକାର ମାତ୍ର ୨୫୪ଟଙ୍କା ପ୍ରଦାନ ସମୁଚିତ ନୁହେଁ ଓ ୧୦୦ ଦିନର କାମ ମଧ୍ୟ ମିଳୁନି !
କର୍ପିରଟେ ସମର୍ଥିତ ଶ୍ରମ କୋଡ଼ ରଧ୍ୟ କରା ନଗଲେ ଶ୍ରମିକ ମାନେ ଆଉ ଏକ ଗୋଲାମୀ ସଭ୍ୟତା ଭିତରକୁ ପ୍ରବେଶ କରିବେ,ତେଣୁ ଶ୍ରମ ବୋର୍ଡକୁ ରଧ୍ୟ କରିବା ଆଜିର ଦିନରେ ଏକ ବଡ଼ ପ୍ରସଙ୍ଗ।
ଅନ ସଂଗଠିତ କ୍ଷେତ୍ର ରେ କାମ କରୁଥିବା ୯୪% ଭାଗ ଲୋକଙ୍କ ର ସାମାଜିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ଦରକାର ମାତ୍ର ସରକାର ଏ ଦିଗରେ ଆଖିବୁଜି ଦେଉଛନ୍ତି। ଏ ଵର୍ଗ ର ଶ୍ରମିକ ମାନଙ୍କ ଲାଗି କଲ୍ୟାଣ ବୋର୍ଡ଼ ଗଠନ କରି ପାଣ୍ଠି ବ୍ୟବସ୍ଥା କରିବା ରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଛନ୍ତି।
ପାଚିକା ଓ ସହାୟିକା ମାନକଂ ରେଗୁଲାର, 26 ହଜାର ଟଙ୍କା, ପେନସେନ, ବିମା, ଅପର ପକ୍ଷରେ ବିଡି ଶ୍ରମିକ ମାନଙ୍କର କୋୖଣସି ସାମାଜିକ ସୁରଖା ଓ ଉତ୍ତମ ମଜୁରୀ ବ୍ୟବସ୍ଥା ନାହିଁ।
ଠିକା ଶ୍ରମିକ ମାନଂକୁ ଆଜିର ଦିନରେ ୨୬ ଦିନର କାର୍ଯ୍ୟ ଦିବସ ମିଳିବା ମଧ୍ୟ କଷ୍ଟ ହେଲାଣି ତେଣୁ ସରକାର ଏ ଦିଗରେ ଚିନ୍ତା କରିବା ଦରକାର। ଇପିଏଫ ରେ ପେନସନ ମାସିକ 5000 ଟଙ୍କା କରିବା ସହ ସେମନଙ୍କର ପିଲାମାନେ ଉପଯୁକ୍ତ ଶିକ୍ଷା ଲାଗି ବ୍ୟବସ୍ଥା ଦେବା ଦରକାର।
ଶେଷରେ ଘରୋଇ ମହିଳା ଶ୍ରମିକ ଙ୍କ ଲାଗି ବିଧାନ ସଭାରେ ସେମାନଂକୁ ସୁରକ୍ଷା ଲାଗି ପଦକ୍ଷେପ ନେବାକୁ ପଡିବ ବୋଲି ସି ପି ଆଇ(ଏମଏଲ) ଲିବରେସନ ର ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଦାବି କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ | ତ୍ରିପତି ଗମାଙ୍ଗ( ସମ୍ପାଦକ) ସିପିଆଇ(ଏମ୍ଏଲ) ଲିବରେସନ, ଅନାସିମ ଶବର, ଭିମା ଶ୍ରି ରାମ, ପି ଭେକଂଟ ରାଓ (ସମ୍ପାଦକ) ମୋଟର କର୍ମଚାରୀ ସଂଘ, ଦିଳ୍ଲୀପ ପଟନାୟକ( ଉପ ସଭାପତି) ମୋଟର ସଂଗ, କିଶୋର ମହାନ୍ତି ( କୋଷାଧ୍ୟକ୍ଷ), ଡମ୍ଭୁରୁ ଧର ଦାସ ମେସ୍ତ୍ରୀ ୟୁନିଅନ (ଉପ ସଭାପତି), ଗଣପତି ଅମର ବିଲି, ଜି ଚନ୍ଦ୍ରାୟା, ଶ୍ରୀଧର ବେହେରା ଏବଂ ବହୁ ମାତ୍ରାରେ ସବୁ ବର୍ଗର ଶ୍ରମିକ ମାନେ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.