ରଣପୁର ପାଇଁ ସି.ପି.ଆଇ.(ଏମ୍)ର ପ୍ରାର୍ଥୀପତ୍ର ଦାଖଲ

3

ନୟାଗଡ଼,(ବିଶ୍ୱଜିତ ନାୟକ):ଶ୍ରମିକ ଦିବସ ଅବସରରେ ମଇ ପହିଲାଦିନ ରଣପୁର ନିର୍ବାଚନମଣ୍ଡଳୀ ପାଇଁ ସି.ପି.ଆଇ.(ଏମ୍) ପକ୍ଷରୁ ଯୁବ ସଙ୍ଗଠନ ଡି. ୱାଇ.ଏଫ୍.ଆଇ.ର ରାଜ୍ୟ ସଭାପତି ସରୋଜ କୁମାର ନାୟକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଶତାଧିକ କର୍ମୀଙ୍କ ଗହଣରେ ଶୋଭାଯାତ୍ରାରେ ଯାଇ କମ୍ରେଡ୍ ସରୋଜ ଅତିରିକ୍ତ ଜିଲ୍ଲାପାଳ ତଥା ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ରିଟର୍ଣୀ ଅଫିସର ଦିଲ୍ଲୀପ କୁମାର ବଳଙ୍କ ପାଖରେ ମନୋନୟନ ପତ୍ର ଦାଖଲ କରିଛନ୍ତି। ବିଜେପି ବିଜେଡ଼ିର ଭାଗିଦାରୀ ପ୍ରଜାଶୋଷଣକୁ ପ୍ରତିହତ କରି କୃଷକ-ଶ୍ରମିକ ସପକ୍ଷବାଦୀ ଗଣାଭିମୁଖୀ ବିଧି ବ୍ୟବସ୍ଥା ନିମନ୍ତେ, ତଥା ନିଯୁକ୍ତି ଭିତ୍ତିକ ଯୋଜନାର ରୂପାୟନ ପାଇଁ ପ୍ରାର୍ଥୀ ହୋଇଥିବା ସେ ପ୍ରକାଶ କରିଛନ୍ତି। ସି.ପି.ଆଇ.(ଏମ୍)ର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ର, ଶରତଚନ୍ଦ୍ର ବେହେରା,ଗୋଲକ ବିହାରୀ ମୁଦୁଲି, ପବିତ୍ର ଇନ୍ଦ୍ରଜିତ ଓ ନିତ୍ୟାନନ୍ଦ ପରିଡ଼ା ପ୍ରାର୍ଥୀପତ୍ର ଦାଖଲ ବେଳେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.