ପଦ୍ମପୁର :- ବିଦ୍ୟାଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ଙ୍କ ଯୋଜନା ଅନୁସାରେ ବନ୍ଦେ ମାତରମ୍ ର ୧୫୦ ବର୍ଷ ପୁର୍ତ୍ତି ଅବସରରେ ବନ୍ଦେମାତରମ୍ ସାମୂହିକ ଗାନ କାର୍ଯ୍ୟକ୍ରମ – “ନମାମି ଭାରତମ୍” ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ଆନୁକୁଲ୍ୟ ରେ ପଦ୍ମପୁର ର ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ରେ କୋଟି କଣ୍ଠ, ଏକ ମନ, ଏକ ଲୟ, ଏକ ସ୍ୱରରେ ଠିକ୍ ଘ୧୧.୦୦ମି. ସମୟରେ ଗାନ କରାଯାଇଥିଲା । ଉପ ଜିଲ୍ଲାପାଲ ଙ୍କ କାର୍ଯ୍ୟାଲୟ, ଆର.ବି. ହାଇସ୍କୁଲ , ପଦ୍ମଶ୍ରୀ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ, ଟାଉନ ହାଇସ୍କୁଲ, ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ (କଲ୍ୟାଣ ବିଭାଗ) ଓ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ଠାରେ ଛାତ୍ର ଛାତ୍ରୀ , ଗୁରୁଜୀ ଗୁରୁମା , ଅଭିଭାବକ ଅଭିଭାବିକା , ଶୁଭେଚ୍ଛୁ ହିତାକାଂକ୍ଷୀ , ଶିକ୍ଷାବିତ, ସମାଜସେବୀ, ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର , ବିଦ୍ୱତ ପିରଷଦର ସଭାପତି ମାନନୀୟ ଡା. ବାଞ୍ଚାନିଧି ପଣ୍ଡା , ବିଶ୍ୱହିନ୍ଦୁ ପରିଷଦର ପଶ୍ଚିମ ପ୍ରାନ୍ତ ଉପସଭାପତି ଶ୍ରୀଯୁକ୍ତ ଭକ୍ତଚରଣ ସାହୁ , ପଦ୍ମପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ପରିଚାଳନା ସମିତିର ସଦସ୍ୟ ସଦସ୍ୟା , ମାତୃଭାରତୀ ସଦସ୍ୟା , ପ୍ରାନ୍ତ ସଙ୍ଗୀତ ସଂଯୋଜକ ଶ୍ରୀଯୁକ୍ତ ଜିତେନ୍ଦ୍ରିୟ ପଣ୍ଡା , ପ୍ରଧାନ ଆଚାର୍ଯ୍ୟଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଆଦି ଉପସ୍ଥିତ ଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post