ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ସୁଧୀର କୁମାର ଦାଶ ଓ ରାୟଗଡା ଜିଲ୍ଲା ବିଜେଡି ସଭାପତି ଏନ ଭାସ୍କର ରାଓଙ୍କ ନିର୍ଦେଶରେ ଗୁଣପୁର ନିର୍ବାଚନ ମଣ୍ଡଳୀରେ ଜମିଛି ବିଜେଡିର ନିର୍ବାଚନ ପ୍ରଚାର। ଗାଁରୁ ସହର ଏବଂ ପଞ୍ଚାୟତରୁ ପଞ୍ଚାୟତକୁ ବୁଲି ବିଜେଡି ନେତା ଓ ବିଜେଡି ପ୍ରାର୍ଥୀ ରଘୁନାଥ ଗାମାଙ୍ଗ ବିଜେଡି ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ଗୁଡିକ ସମ୍ପର୍କରେ ଅବଗତ କରାଇ ଭୋଟ ଭିକ୍ଷା କରୁଥିବା ଲକ୍ଷ୍ୟ କରାଯାଉଛି। ରବିବାର ଦିନ ରାଜ୍ୟ ଛାତ୍ର ବିଜେଡି ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା ନିଜ ସମର୍ଥକଙ୍କ ସହ ପୁଟାସିଂ ପଞ୍ଚାୟତର ଲାଡେ,ପୁଟା ଓ ଗୁଣ୍ଡରବା ଗ୍ରାମ ପରିଦର୍ଶନ କରି ବିଜେଡି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ପ୍ରଚାର କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେଡି ସରକାର ସେହୁ ଅଞ୍ଚଳରେ କରିଥିବା ଜନହିତକର କାର୍ଯ୍ୟ ଓ ଲୋକଙ୍କୁ ପ୍ରଦାନ କରିଥିବା ବିଭିନ୍ନ ସୁବିଧା ଗୁଡିକ ସମ୍ପର୍କରେ ଗ୍ରାମବାସୀଙ୍କୁ ଅବଗତ କରାଇଥିଲେ। ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ରାଜ୍ୟ ଛାତ୍ର ବିଜେଡି ଉପ ସଭାପତି ଶ୍ରୀ ପଣ୍ଡା ଅନୁରୋଧ କରିଥିଲେ। ଏହି ଅବସରରେ ସରପଞ୍ଚ ଏସଇଓ ଶବର ଓ ଅନ୍ୟ ମାନେ ଉପସ୍ଥିତ ଥିଲେ। ସେହିପରି ବିଜେଡି ବିଧାୟକ ପ୍ରାର୍ଥୀ ରଘୁନାଥ ଗାମାଙ୍ଗ ରାମନାଗୁଡା ବ୍ଲକର ବିଭିନ୍ନ ଗ୍ରାମା ବୁଲି ଭୋଟ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ତାଙ୍କ ସହ ପୂର୍ବତନ ବିଧାୟକ ରାମମୁର୍ତ୍ତି ଗାମାଙ୍ଗ, ବରିଷ୍ଠ ବିଜେଡି ନେତା ଦାମଦୋର କୈବର୍ତ୍ତ ପ୍ରଚାରରେ ସାମିଲ ଥିଲେ। ଅନ୍ୟପଟେ ଗୁଣପୁର ପୌରାଞ୍ଚଳର ପାଣ୍ୟଗାର ନିକଟରେ ବିଜେଡି ନିର୍ବାଚନ କାର୍ଯ୍ୟଳୟ ଖୋଲାଯାଇଥିଲା। ପୌରାଞ୍ଚଳରେ ବିଜେଡି ଦଳର ନିର୍ବାଚନ ପରିଚାଳନା ସୁଚାରୁ ରୁପେ ପରିଚାଳନା ନେଇ ଦଳୀୟ କାଉନସିଲର ଓ ବିଜେଡି ନେତା ଦେବୀ ପ୍ରସାଦ ଆଚାର୍ଯ୍ୟ, ଭାଗିରଥି ବିଷୋୟୀ, ଶିବ ପ୍ରସାଦ ପାଢ଼ୀ,ସୁଜିତ ଶତପଥି,ମୁନା ପାଣି,ସାନ ବାଉରୀ,ଶାନ୍ତୁ ପଟନାୟକ, ବିଶ୍ଵନାଥ ସାହୁ,ସାଇ, ଜିତେନ୍ଦ୍ର ନାୟକ, ଚନ୍ଦ୍ରମୋଉଳି,ନଗର ବିଜେଡି ସଭାପତି ରାମ ପଣ୍ଡା, ଏସ ବାବା ପ୍ରସାଦ,ଆତୁକୁରୁ ନାଗୁ, ରାବଣା ରାଓ ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ। ପୌରାଞ୍ଚଳରେ ନିର୍ବାଚନ ପରିଚାଳନା ନିମନ୍ତେ ଏକ କମିଟି ଗଠନ କାରାଯାଇଥିଲା। ଗୁଣପୁର ନିର୍ବାଚନ ମଣ୍ଡଳୀର ଗୁଣପୁର, ଗୁଡ଼ାରୀ, ଚନ୍ଦ୍ରପୁର,ରାମନାଗୁଡା ଓ ଗୁଣପୁର ଅଞ୍ଚଳରେ ବିଜେଡି କର୍ମୀମାନେ ବୁଲି ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଜାରି ରହିଛନ୍ତି।