ଜଗତସିଂହପୁର ତା.25.09 ( ) ଜଗତସିଂହପୁର ବ୍ଲକର ତୁମ୍ବା ଅଣ୍ଢେଇ ସାହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୋର୍ତଲ ସ୍ଥିତ ସରସ୍ବତୀ ଶିଶୁ ଵିଦ୍ୟା ମନ୍ଦିର ପରିସରରେ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ଵିଦ୍ୟା ଭାରତୀ ଦ୍ୱାରା ନମାମି ଭାରତଂ କାର୍ଯ୍ୟକ୍ରମ ଅବସରରେ ଶିକ୍ଷାବିତ ତଥା ସଭାପତି ବଂଶୀଧର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷ୍ୟତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି I ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ଏବଂ ଭାରତ ମାତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା I ସଭାପତି ଶ୍ରୀଯୁକ୍ତ ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ ବନ୍ଦେ ମାତରଂ କବିତାର 150 ବର୍ଷ ପୂର୍ତ୍ତି ପାଳନ ଏବଂ କବି ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟଙ୍କ ଜୀବନୀ ସମ୍ପର୍କରେ କହିଥିଲେ I ଏହି କାର୍ଯ୍ୟକ୍ରମରେ ବରିଷ୍ଠ ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ ଲଷ୍ମୀଧର ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ଜାତୀୟ ଗୀତି ବନ୍ଦେ ମାତରଂ କବିତାର ସମ୍ପୂର୍ଣ୍ଣ ଛଅ ପଦର ସାରମର୍ମ କହିବା ସହିତ ପ୍ରଥମ ଦୁଇ ପାଦ ଗାନ କରି ବନ୍ଦେ ମାତରଂ କବିତାର ଆଭିମୁଖ୍ୟ, ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ I ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମିଶ୍ର ଯୋଗଦେଇ ତାଙ୍କ ବକ୍ତବ୍ୟରେ ବନ୍ଦେ ମାତରଂ କବିତାଟି ସ୍ୱାଧୀନତା ସଂଗ୍ରାମରେ କିଭଳି ପ୍ରେରଣାଦାୟକ ଥିଲା ତାହା ବର୍ଣ୍ଣନା କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ସଚ୍ଚିଦାନନ୍ଦ ମହାନ୍ତି ସମ୍ପାଦକ, ବିଜୟ କୁମାର କାନୁନଗୋ ସହ ସମ୍ପାଦକ, ବିଜୟ କୁମାର ଦାସ କୋଷାଧକ୍ଷ ପ୍ରମୁଖ ଯୋଗଦେଇ ବନ୍ଦେ ମାତରଂ, କାରା କବିତା, ବନ୍ଦୀର ଆତ୍ମକଥା, ବନ୍ଦେ ଉତ୍କଳ ଜନନୀ, ଗଙ୍ଗା ଗୋଦାବରୀ, ବାଣୀପୀଠର ବିପ୍ଲବୀ ଗୀତ ଆଦି ସ୍ୱାଧୀନତା ଆନ୍ଦୋଳନକୁ କିପରି ପ୍ରେରଣା ଦେଇଥିଲା ବର୍ଣ୍ଣନା କରିଥିଲେ I ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପରିଡା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟI ଶ୍ରୀମତି ମମତା ନାଥ . ଧନ୍ୟବାଦ ଅର୍ପଣ କରିଥିଲେ I ଏହି କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟI, ଶିଶୁ ଭାଇ ଭଉଣୀ, ଅଭିଭାବକ, ଅଭିଭାବିକାମାନେ ଉପସ୍ଥିତ
Sign in
Sign in
Recover your password.
A password will be e-mailed to you.