(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ବୈଶାଖ ମାସରେ ସୂର୍ଯ୍ୟ ଙ୍କର ପ୍ରଚଣ୍ଡ ତେଜରେ ଖଲ୍ଲିକୋଟ ସିଝୁଛି । ବର୍ତ୍ତମାନ ଖଲ୍ଲିକୋଟ ରେ ଜଳକ୍ଳିଷ୍ଟ ର ସମସ୍ୟା ଦେଖାଦେଇଛି। ଏପରି ପ୍ରେକ୍ଷି ରେ କହିବାକୁ ଗଲେ ଖଲ୍ଲିକୋଟ ଏବେ ପାଲଟିଛି ନାଉରୀ ବିହୀନ ନୌକା, ମୁକୁଟ ଵିହିନ ରାଜା। ସବୁ ଥାଇ ନଥିଲା ପରି । ନେତା ମାନଙ୍କ ର ଖେଳ କୁ ଲୋକମାନଙ୍କ ପାଇଁ କାଳ। ସେ ମଧ୍ୟରେ” ଜଳ ହିଁ ଜୀଵନ ” । ହେଲେ ଖଲ୍ଲିକୋଟ ର ବସ୍ ଷ୍ଟାଣ୍ଡରେ ଦେଖିବାକୁ ମିଳିଛି “ଜଳଛତ୍ର” । ମାଟି ପାତ୍ର ଅଛି। ଜଳ ଅଛି କି ନାହିଁ କିଏ କହିବ ? ।
ଜଳ ବାଣ୍ଟିବାକୁ ଲୋକ ନାହିଁ । କିନ୍ତୁ ଆଜିତା ୧-୦୫-୨୦୨୪ ରିଖ ରେ ଖଲ୍ଲିକୋଟ ର ଏକ୍ସ ସର୍ଭିସ୍ ମେନ୍ ମାନଙ୍କ ସହଯୋଗ ରେ ଜଳଛତ୍ର ର ବ୍ୟବସ୍ଥା କରାଯାଇ ଥିଲା। ଖଲ୍ଲିକୋଟ ର ପବ୍ଲିକ୍ ଲାଇବ୍ରେରୀ ସାମ୍ନାରେ ଥିବା ବିଶ୍ରାମ ଗାର ନିକଟରେ ନାନାପ୍ରକାର ସୁସ୍ବାଦୁ ପଣା ପ୍ରସ୍ତୁତ କରି ଲୋକ ମାନଙ୍କୁ ବାଣ୍ଟି ବାର ପରିଲକ୍ଷିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ kESA (କେସା) ସଂଘ ର ସଭାପତି କର୍ଣ୍ଣେଲ କିଶୋର କୁମାର ବିଷୋୟୀ, ସମ୍ପାଦକ ରତ୍ନାକର ଦାସ, ଚକ୍ରପାଣି ସାହୁ, ଗୋପାଳ ଚନ୍ଦ୍ର ପଲେଇ, ମହେନ୍ଦ୍ର ପ୍ରଧାନ, ଶିବରାମ ବେହେରା, ରଙ୍କନାଥ ବେହେରା, ସୁରେନ୍ଦ୍ର ନାଥ ଲେଙ୍କା, ସୁରେଶ କୁମାର ଦାଶ, ନିରଞ୍ଜନ ମୁଦୁଲି, ଆଦି ସହଯୋଗ ରେ ଜଳଛତ୍ର ପରିଚାଳିତ ହୋଇଥିଲା ବୋଲି ଜଣାପଡିଛି। ଉକ୍ତ ଏକ୍ସ ସର୍ଭିସ୍ ମେନ୍ ମାନେ ଦେଶ ମାତୃକାର ସେବାରେ ନିଜକୁ ଉତ୍ସର୍ଗୀକୃତ କରିବା ପରଠାରୁ ଖଲ୍ଲିକୋଟ ର ବିଭିନ୍ନ ପ୍ରକାରର ସମାଜସେବୀ ରୂପରେ ଏବେ ପରିଗଣିତ ହୋଇ ଥିବା ବେଳେ ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଉଥିବା ପରିଲକ୍ଷିତ ହେଉଛି।
Sign in
Sign in
Recover your password.
A password will be e-mailed to you.