କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବରେ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ପାର୍ଟି. ଯାହାକି ନେତାଜୀ ସୁବାଷ ଚନ୍ଦ୍ରଙ୍କ ପାର୍ଟି ଏବଂ ଏହାର ଚିହ୍ନ ସିଂହ (lion). ଏଥିରେ ରେ ପ୍ରତିଦ୍ବନ୍ଦିତା କରୁଥିବା ଡା.ଶ୍ରୀଯୁକ୍ତ ଶିବରାମ ନାଏକ ଙ୍କ ଧୀରେ ଧୀରେ ଜନ ସମର୍ଥନ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି ଶ୍ରୀ ନାଏକ କଳାହାଣ୍ଡି ଜିଲ୍ଲାର ଜଣେ ଜଣାଶୁଣା ଶିକ୍ଷବିତ ଭାବରେ ବେଶ୍ ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କର ନର୍ଲା ନିର୍ବାଚନ ମଣ୍ଡଳୀରେ ଅନେକ ଗୁଡ଼ିଏ ଶିକ୍ଷା ଅନୁଷ୍ଠାନ କରି ଅଞ୍ଚଳର ଆଗାମୀ ଭବିଶ୍ୱତ ଛାତ୍ରଛାତ୍ରୀ ଙ୍କ ଭାଗ୍ୟ ବଦଳାଇବା ଦିଗରେ କାର୍ଯ୍ୟ କରିବେ ବୋଲି ମତ ବ୍ୟକ୍ତ କରିଛନ୍ତି ସିଏ ତାଙ୍କର ଇସ୍ତାହାର ରେ ନର୍ଲା ଚପଟ୍ ଖଣ୍ଡା ଠାରେ ୱାଗନ ଫେକ୍ଟ୍ରି ,ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ପ୍ରଦାନ ଆଗାମୀ ପାଞ୍ଚବର୍ଷ ମଧ୍ୟରେ ନର୍ଲା ନିର୍ବାଚନ ମଣ୍ଡଳୀ ର ୨୦ ହଜାର ରୁ ଉର୍ଦ୍ଧ୍ବ ଯୁବକ ଯୁବତୀଙ୍କୁ ନିଯୁକ୍ତି ଗ୍ୟରେଣ୍ଟି ଏବଂ ନର୍ଲା,କର୍ଲାମୁଣ୍ଡା , କେସିଙ୍ଗା ,ଓ ମଦନପୁର ରାମପୁର ଠାରେ ସହିଦ ରେଣ୍ଡୋ ମାଝୀ ଙ୍କ ନାମରେ ଘରୋଇ ଆବାସିକ ବିଦ୍ୟାଳୟ ସ୍ଥାପନ କରି ପ୍ରତ୍ୟେକ ବିଦ୍ୟାଳୟ ରେ ହଜାର ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ପ୍ରଥମ ରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ରେ ଉତ୍ତମ ଶିକ୍ଷାଦାନ ର ଗ୍ୟାରେଣ୍ଟି ଦେବା ସହ ଅଞ୍ଚଳର ଛାତ୍ର ଛାତ୍ରୀ ଙ୍କ ଆଗାମୀ ଭବିଶ୍ୱତ ଉଜ୍ଵଳମୟ କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ତେଣୁ ଶିବରାମ ନାଏକ ଙ୍କୁ ସିଂହ ଚିହ୍ନ ରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନର୍ଲା ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟର ଭାଇ ଭଉଣୀ ମାନଙ୍କୁ ଭୋଟ ଭିକ୍ଷା କରିଛନ୍ତି.ତାଙ୍କର ଆଭିମୁଖ୍ୟ ହଉଛି ଯେହେତୁ ସେ ଶିକ୍ଷକତା ଭଳି ଗୋଟେ ପବିତ୍ର ଜାଗା ରୁ ଆସିଛନ୍ତି ତାଙ୍କର ମୁଖ୍ୟ ଆଭିମୁଖ୍ୟ ହଉଛି ସମସ୍ତଙ୍କୁ ସ୍ୱାକ୍ଷର କରିବା ସହ ରୋଜଗାର ପ୍ରଦାନ କରିବା . ନର୍ଲା ବୁଦ୍ଧିଜୀବୀ ମହଲରେ ମଧ୍ୟ ଶିବରାମ ନାଏକ ଙ୍କ ବିଚାରଧାରା ଙ୍କୁ ସାଧୁବାଦ ଜଣେଇଛନ୍ତି .
Sign in
Sign in
Recover your password.
A password will be e-mailed to you.
Next Post