ଦଶାହ କାର୍ଯ୍ୟରେ ଯୋଗ ଦେଇ ଫେରିବା ସମୟରେ ଅଘଟଣ, ବାଇକ୍ ଦୁର୍ଘଟଣା ରେ ବୃଦ୍ଧା ଗୁରୁତର

3

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୧/୦୫/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ହାଇସ୍କୁଲ ରୋଡ ରେ ଆଜି ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। ବୃଦ୍ଧା ଜଣକ ସଦର ଡଙ୍ଗରିଗୁଡ଼ା ର ତୁଳସା ବିନ୍ଧାଣି (୬୫) ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ ଡଙ୍ଗରିଗୁଡ଼ା ରେ ରହୁଥିବା ତୁଳସା ବିନ୍ଧାଣି (୬୫) ଆଜି ସକାଳେ ଡାବୁଗାଁ ହାଟପଦା ରେ ନିଜ ସମ୍ପର୍କୀୟ ଘରେ ଏକ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିଲେ। ତେବେ ଦଶାହ କାର୍ଯ୍ୟ ପରେ ବୃଦ୍ଧା ତୁଳସା ଆଜି ଦିନ ପ୍ରାୟ ୧୧ ଘଣ୍ଟ ସମୟରେ ନିଜ ଘର ଡଙ୍ଗରିଗୁଡ଼ା କୁ ଚାଲି ଚାଲି ଯାଇଥିଲେ। ତେବେ ଏହି ସମୟରେ ଡ଼ାବୁଗାଁ ଥାନା ଅନ୍ତର୍ଗତ ବାଣୁଆ ଗୁଡା ଗ୍ରାମ ର ବୁଲୁ ଜାନି (୩୫) ଏକ ବାଇକ୍ ରେ ଦୃତ ଗତି ରେ ଆସି ବୃଦ୍ଧା ତୁଳସା କୁ ହାଇସ୍କୁଲ ରୋଡ ନିକଟରେ ଭାରସାମ୍ୟ ହରାଇ ପଛ ପଟୁ ଧକ୍କା ଦେଇଥିଲା। ଏଥିରେ ବୃଦ୍ଧା ତୁଳସା ବିନ୍ଧାଣି ଗୁରୁତର ଆହତ ହୋଇ ରାସ୍ତା କଡ଼ରେ ଛିଟିକି ପଡ଼ିଥିଲେ। ତାଙ୍କ ବାମ ଗୋଡ ରେ ପ୍ରବଳ ଆଘାତ ଲାଗିବା ସହ ଭାଙ୍ଗି ଯାଇଥିଲା। ସେହିପରି ବାଇକ୍ ଚାଳକ ବୁଲୁ ଜାନି ମଧ୍ୟ ବାଇକ୍ ରୁ ଛିଟିକି ପଡି ରାସ୍ତା କଡ଼ରେ ପଡି ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟ ବୁଲୁ ଜାନି ଓ ଗୁରୁତର ବୃଦ୍ଧା ଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବୃଦ୍ଧା ତୁଳସା ବିନ୍ଧାଣି ଙ୍କୁ ନବରଙ୍ଗପୁର ଜିଲ୍ଲା ସରକାରୀ ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରିଥିଲେ।

Leave A Reply

Your email address will not be published.