ଭୁବନେଶ୍ୱର,: ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି ରାଉରକେଲାର କଂଗ୍ରେସ ନେତା ବିରେନ ସେନାପତି, ସାଲେପୁର ର ଯୁବ କଂଗ୍ରେସ ନେତା ବିଶ୍ଵରଞ୍ଜନ(ବାପି) ଖଟେଇ ଓ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅମୀୟ ଦାଶ |
ସୁନ୍ଦରଗଡ ଜିଲ୍ଲା ରାଉରକେଲା ନିର୍ବାଚନମଣ୍ଡଳୀର ୨୦୧୯ ନିର୍ବାଚନର କଂଗ୍ରେସ ବିଧାୟକ ପ୍ରାର୍ଥୀ ବିରେନ ସେନାପତିଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ବିରେନ ସେନାପତିଙ୍କ ସହ ସମସ୍ତ କଂଗ୍ରେସ କର୍ମୀଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ସ୍ୱାଗତ କରିଥିଲେ । ଆଜି କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷ କରି ରାଉରକେଲା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ ।
ଏହି ମିଶ୍ରଣ ପର୍ବରେ ଏଆଇସିସି ଓବିସି ବିଭାଗର ଜାତୀୟ ସହ ସହଯୋଗ କୌଳାଶ ଚନ୍ଦ୍ର ସାହୁ, ଡିସିସି ସାଧାରଣ ସମ୍ପାଦକ ପ୍ରଦୀପ ମହାପାତ୍ର, ରର୍ବଟ ଭିନସେଣ୍ଟ, ଜିତେନ୍ଦ୍ର ଦାସ, ସୁବଲ ବାସୁରୀ, ମହମ୍ମଦ ମନ୍ଜୁର, ବିଜୟ କୁମାର ସାହୁ, ବିଶ୍ୱଭୂଷଣ ସାରା, ସାରଦା ପ୍ରସନ୍ନ ଦାସ, କୃଷ୍ଣଚନ୍ଦ୍ର ସାହୁ, ସନ୍ତୋଷ ଓ ଅଶ୍ୱୀନ ଦାସଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ ।ସେହିପରି କଟକଜିଲ୍ଲା ଅନ୍ତର୍ଗତ ସାଲେପୁର ନିର୍ବାଚନମଣ୍ଡଳୀର କଂଗ୍ରେସ ଯୁବନେତା ବିଶ୍ୱରଞ୍ଜନ ଖଟାଇଙ୍କ ସମେତ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ମଧ୍ୟ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଓ ରାଜ୍ୟସଭା ସାଂସଦ ଡ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଯୁବନେତା ବିଶ୍ୱରଞ୍ଜନ ଖଟାଇଏବଂଶତାଧିକ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କୁ ଶ୍ରୀ ବେହେରା ଓ ଡ ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତକରିଥିଲେ । ଆଜି କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ସାଲେପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀବେହେରା ଓ ଡ ପାତ୍ର କହିଥିଲେ ।
ଏହିମିଶ୍ରଣ ପର୍ବରେ ଅଲ ଓଡ଼ିଶା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟମ୍ବଦା ସ୍ୱାଇଁ, ଟାଙ୍ଗୀ-ଚୌଦ୍ୱାର ସମବାୟ ସମିତିର ସଭାପତି ବିଜୟ କୁମାର ମହାପାତ୍ର, ବୈଜୟନ୍ତୀ ମହାପାତ୍ର, ନନ୍ଦ କିଶୋରସ୍ୱାଇଁ, ଅନ୍ନପୂର୍ଣ୍ଣା ଖୁଣ୍ଟିଆ, ସୁଶାନ୍ତ ଖୁଣ୍ଟିଆ, ଦୀପକଲେଙ୍କା, ବିଜୟବେହେରା, ସୁଜିତବିଶ୍ୱାଳ, ଅନିରୁଦ୍ଧ ବିଶ୍ୱାଳ, ନୟନକାନ୍ତ ଦାସ, ସଞ୍ଜୟସାହୁ, ଏସ.କେ ଅବଦୁଲ କସିମ୍, ପବିତ୍ର କୁମାର ସାମଲ, ବସନ୍ତ କୁମାରଜେନା, ମଞ୍ଜୁଲତା ସାମଲ, ପବିତ୍ରଜେନା, କ୍ଷେତ୍ରବାସୀ ବେହେରା, ଇମାମସବିରଉଲ୍ଲା, ଅଞ୍ଜୁମ ବେଗମ, ମମତାକାଣ୍ଡି, ଉପେନ୍ଦ୍ର ଶତପଥୀ, ଅଶୋକ କୁମାରଜେନା, ହିଫାଜୁଲ୍ବରୀଖାନ, ଏସ୍.କେଜାକିର, ମିର୍ଜା ଆକ୍ରମ ବେଗ, ଅଭିଷେକ ମହାନ୍ତି, ମହେଶ ସେଠୀ, ବିଭୂତି ଭୂଷଣ ତରାଇ, ଶୁଭେନ୍ଦୁ ପଟ୍ଟନାୟକ, ଆୟେଶା ପଣ୍ଡାଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ ।ସେହିପରି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ବିଜେପି ଉପସଭାପତି ଅମୀୟ ଦାସଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡ ସସ୍ମିତ ପାତ୍ର, ଭୁବନେଶ୍ୱର ଏକାମ୍ର ବିଧାୟକ ଅଶୋକ ପଣ୍ଡା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ,ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।ସମସ୍ତନେତା ଓ କର୍ମକର୍ତ୍ତାଙ୍କୁ ଡ ପାତ୍ର,ଶ୍ରୀପଣ୍ଡା, ଶ୍ରୀରାଉତ ଓ ଶ୍ରୀମତୀ ଦାସ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ଭୁବନେଶ୍ୱର ଏକାମ୍ରରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡ ପାତ୍ର, ଶ୍ରୀ ପଣ୍ଡା, ଶ୍ରୀରାଉତ ଓ ଶ୍ରୀମତୀ ଦାସ କହିଥିଲେ ।
ଏହି ମିଶ୍ରଣ ପର୍ବରେ ଶେଷ ଶେଖର ଗରାବଡୁ, ଅଜୟ ଜେନା, ବିଷ୍ଣୁ ପ୍ରସାଦ ନନ୍ଦ, ଅଞ୍ଚଳ ବଟୁ, ଶରତ ମହାପାତ୍ର, ଆଶୁତୋଷ ନନ୍ଦ, ଅନିକେତ ବଟୁ, ଆଦର୍ଶ ପଟ୍ଟନାୟକ, ରାକେଶ ଚମ୍ପତି, ଚିନ୍ମୟ ପ୍ରଧାନ, ରଙ୍କନିଧି ଦେହୁରୀ, ଶିଶିର ପାହାଡସିଂହ, ଶେଖ୍ରେହମତତୁଲ୍ଲା, ପ୍ରଶାନ୍ତ ଜେନା, ମନୋରଂଜନ ବଟ୍ଟୁ, ସୁଷମା କମଲା, ବୈଜୟନ୍ତୀ ତ୍ରିପାଠୀ, ସନ୍ତୋଷ କମାଲ, ଆନନ୍ଦ ମଲ୍ଲିକ, ସମ୍ବିତମହାପାତ୍ର, ଦେବାଶିଷ ପଟ୍ଟନାୟକ, ରଶ୍ମୀରଂଜନ ରାୟ, କାଶୀଗୌଡ, ଦୀପ୍ତିରଂଜନ ଲେଙ୍କା, ଜଗନ୍ନାଥ ନାୟକ, ରବି ନାରାୟଣ ଦାସ, ତୁଷାରରଂଜନ ସାହୁ, ସୁନୀଲସ୍ୱାଇଁ, ଚନ୍ଦନ ଗୌଡ, ରତ୍ନମଂଜରୀ ସାହୁ, ନିଲୁ ଜେନା, ସୁନିଲ ସାହୁ, ପ୍ରଦୀପ୍ତ କୁମାର ପଟ୍ଟନାୟକ, ପ୍ରଣବ କିଶୋର ଷଡଙ୍ଗୀ, ସୂରଜ କୁମାର ସାମନ୍ତରାୟ, ସଂଗ୍ରାମ ସିଂ, ସ୍ୱରୁପ ନାୟକ, ବିରେନ୍ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ତାପସ କୁମାର ସାମଲ, ପ୍ରଭାତ ପଣ୍ଡା, ଶ୍ରୀନିବାସ ବେହେରା, ଜୟନ୍ତ ନାୟକ, ରାଜେଶ ସାମନ୍ତରାୟ, ବୁଲୁ ଚୌଧୁରୀ, ଚିନ୍ମୟ ସାମନ୍ତରାୟ, ଶଂକୁନ କହଁର, ପୂର୍ଣ୍ଣଚନ୍ଦ୍ର ସାହୁ, ଭାଗ୍ୟଶ୍ରୀ ଜେନା, ଦେବୀ ପ୍ରସାଦ ଜେନା, ଆଦିତ୍ୟ କଂହର, ଶରତ ପ୍ରଧାନ, ଶୁଭଶ୍ରୀ ସାମନ୍ତରାୟ, ସଂଜୟ ପରିଡା, ପ୍ରତ୍ୟେଷ କଂହର, ମନୋରଂଜନ କୁଣ୍ଡୁ, ସରୋଜ କୁମାର ପଟ୍ଟନାୟକ, ବ୍ରଜ ନାୟକ, ମାନସ ସ୍ୱାଇଁ, ସୁବଳ ଚନ୍ଦ୍ର, ବବୁଲ୍ ପଟ୍ଟନାୟକ, ରାଶେକ ମହାରଣା ଓ ଅଭିଶେଖ ଠାକୁରଙ୍କ ସମେତ ବହୁ କର୍ମକର୍ତ୍ତା ବିଜେଡ଼ିରେ ସାମିଲ ହୋଇଥିଲେ ।
ବିଜେଡିରେ ଯୋଗ ଦେଇଥିବା ତିନି ନେତା ଶ୍ରୀ ସେନାପତି, ଶ୍ରୀ ଦାଶ ଓ ଶ୍ରୀ ଖଟାଇ ସେମାନଙ୍କର ପ୍ରତିକ୍ରିୟାରେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ିସୁପ୍ରିମୋଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛଶାସନ, ନିର୍ମଳଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଇଛନ୍ତି । ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଯାହା ଦାୟିତ୍ୱ ଦେବେ ତାକୁ ସେମାନେ ସୂଚାରୁ ରୂପେ ତୁଲାଇବେ ।ଦଳରେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଶ୍ରୀ ସେନାପତି, ଶ୍ରୀ ଦାଶ ଓ ଶ୍ରୀ ଖଟାଇ | ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.