ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୯/୦୪/୨୪ ଆଗାମି ସାଧାରଣ ନିର୍ବାଚନ କୁ ଅବାଧ ଓ ନିରପେକ୍ଷ କରିବାକୁ ପ୍ରଶାସନ ଓ ଅବକାରୀ ବିଭାଗ ତରଫରୁ ଗାଁ ଗହଳି ରେ ବେଆଇନ ମଦ କାରବାର କରୁଥିବା ଲୋକଙ୍କ ଉପରେ ବାରମ୍ବାର ଚଢାଉ କରାଯାଉଛି। ନିର୍ବାଚନ ଆଚରଣ ସଂହିତା ଲାଗୁପରେ ବିଭିନ୍ନ ସ୍ଥାନରେ ଧର ପଗଡ ଜାରି ରହିଛି। ଆଜି ଜିଲ୍ଲାପାଳ ଡକ୍ଟର କୋମଳ ଲୋଚନ ମିଶ୍ର ଓ ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ତଥା ଅବକାରୀ ନିରିକ୍ଷିକା ରଞ୍ଜୁଲତା ବାରିକ ଙ୍କ ତତ୍ତ୍ଵାବଧାନରେ ଆଜି ଡାବୁଗାଁ ଅବକାରୀ ଥାନା ଅଂଚଳ ରେ ମିଳିତ ଚଢଉ କରାଯାଇଥିଲା।ଏଥିରେ ଡାବୁଗାଁ ତହସିଲଦାର ତଥା ମାଜିଷ୍ଟ୍ରେଟ ହରି ଓମ ଭୋଇ, ଅବକାରୀ ଓ ପୁଲିସ କର୍ମଚାରୀ ସହ ଜିଲ୍ଲା ଅବକାରୀ ବିଭାଗ ର ମୋବାଇଲ ନୟୁନିଟ ସାମିଲ ଥିଲେ । ଦିନ ପ୍ରାୟ ୯.୩୦ ଘଣ୍ଟ ସମୟରେ ଡାବୁଗାଁ ଅବକାରୀ ଥାନା ଅନ୍ତର୍ଗତ ଫୁଲ ଭଟ୍ଟା ଗ୍ରାମ ରେ ଜଣେ ମହିଳା ବେଆଇନ ଦେଶୀ ମଦ କାରବାର କରୁଥିବା ଜଣା ପଡିବା ପରେ ଉକ୍ତ ସ୍ଥାନରେ ଅବକାରୀ ଓ ପୁଲିସ କର୍ମଚାରୀ ମାନେ ଚଢାଉ କରିଥିଲେ। ଏହି ସମୟରେ ଉକ୍ତ ଗ୍ରାମର ମହିଳା ବନବାସୀ ବିଶୋଇ (୪୪) ସେଠାରୁ ଖସି ଚାଲି ଯିବାକୁ ଚେଷ୍ଟା କରିଥିଲା। ତେବେ ବନବାସୀ କୁ କାବୁ କରିବା ସମୟରେ ସେ ଏକ ଧାରୁଆ ଅସ୍ତ୍ରରେ ଅବକାରୀ ମହିଳା କର୍ମଚାରୀ ସୂରେଖା ଭତରା ଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଏଥିରେ ଅବକାରୀ କର୍ମଚାରୀ ଶୁରେଖା ଭତରା ର ଡାହାଣ ହାତରେ ଆଘାତ ହେବା ସହ ରକ୍ତସ୍ରାବ ହୋଇଥିଲା। ତୁରନ୍ତ ଅନ୍ୟ ପୁଲିସ କର୍ମଚାରୀ ମାନେ ବନବାସୀ ବିଶୋଇ ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ। ଆସାମୀ ବନବାସୀ ଙ୍କ ଘର ମଧ୍ୟରୁ ୧୫ ଲିଟର ଦେଶୀ ମହୁଲି ମଦ ଜବତ ହୋଇଥିଲା।ଏ ନେଇ ଅବକାରୀ କେଶ ନ ୧୯/୨୪/୨୫ ରେ ବନବାସୀ ବିଶୋଇ ଙ୍କୁ ଗିରଫ କରାଯାଇଥିଲା। ଏହି ମିଳିତ ଚଢାଉ ରେ ଆହତ ହୋଇଥିବା ଅବକାରୀ କର୍ମଚାରୀ ଙ୍କୁ ତୁରନ୍ତ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ଡାବୁଗାଁ ଅବକାରୀ ଉପ ନୀରିକ୍ଷକ ବୁଲୁ ପାତ୍ର ମହିଳା କର୍ମଚାରୀ ଙ୍କ ଆକ୍ରମଣକାରୀ ବନବାସୀ ବିଶୋଇ ଙ୍କ ବିରୁଦ୍ଧରେ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ କେଶ ନ ୧୧୩/୨୪ ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଏହାର ତଦନ୍ତ ଖୋଦ୍ ନବରଙ୍ଗପୁର( ଡି ଏସ ପି )ଉଲ୍ଲାସି ମାଝୀ ନେଇଛନ୍ତି। ଏଥି ପୂର୍ବରୁ ଡାବୁଗାଁ ସଦର ନୂଆଗୁଡା ର ବଳରାମ ବିଶୋଇ ମଧ୍ୟ ବେଆଇନ ଦେଶୀ ମଦ କାରବାର ଅଭିଯୋଗ ରେ ଆଜି ଗିରଫ ହୋଇଥିବା ବେଳେ ଅବକାରୀ କେସ ନ ୨୦/୨୪/୨୫ ରେ ମାମଲା ରୁଜୁ ହୋଇଥିଲା। ଏହି ଚଢାଉ ରେ ଡାବୁଗାଁ ଅବକାରୀ ଉପ ନୀରିକ୍ଷକ ବୁଲୁ ପାତ୍ର, ସହ ଉପ ନୀରିକ୍ଷକ ଏସ କେ ପଣ୍ଡା ,ଅବକାରୀ କର୍ମଚାରୀ ସୁରେଖା ଭତରା, ନାରାୟଣ ମୁଦୁଲି ଓ ଶ୍ରୀକାନ୍ତ ବିଶୋଇ ପ୍ରମୁଖ ଙ୍କ ସହ ପୁଲିସ ଓ ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ର କର୍ମଚାରୀ ସାମିଲ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post