ଗୋପାଳ ମହାନ୍ତ ଙ୍କ ହତ୍ୟା ଘଟଣା ର ନ୍ୟାୟ ଦାବି

3

ଏକତ୍ରିତ ହେଲେ କୁଡୁମି ସମାଜ ଓ ଅଞ୍ଚଳବାସୀ

ମୟୂରଭଂଜ ରୁ ଶ୍ରୀ ଦିପୁ ମହାପାତ୍ରଙ୍କ ରିପୋର୍ଟ : ମୟୁରଭଂଜ ଜିଲ୍ଲା ଝାରପୋଖରିଆ ଥାନା ଅଧୀନ ବଡ଼ଚାଟରା ଗ୍ରାମର ମୃତ ଗୋପାଳ ମହାନ୍ତଙ୍କ ହତ୍ୟା କାଣ୍ଡ ଘଟଣାର ପ୍ରତିବାଦ ସଭା ଆଞ୍ଚଳିକ ମଞ୍ଚର ଆବାହକ ବିଶ୍ଵନାଥ ମହାନ୍ତ,ବଳରାମ ମୁର୍ମୁ ଓ ହୃଷିକେଶ ମହନ୍ତଙ୍କ ଆବାହନ କ୍ରମେ ବଡ଼ଚାଟରା ହାଟ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ମଞ୍ଚର ଆହ୍ଵାନ କ୍ରମେ ମୟୂରଭଞ୍ଜ ଜିଲ୍ଲାର କୋଣ ଅନୁକୋଣ ରୁ ଗୋପାଳ ମହାନ୍ତ ଙ୍କ ହତ୍ୟାର ପ୍ରତିବାଦରେ ଜନସାଧାରଣମାନେ ଯୋଗଦାନ କରିଥିଲେ । ସଭା ଆରମ୍ଭରେ ମୃତ ଗୋପାଳ ମହାନ୍ତଙ୍କ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଉପସ୍ଥିତ ସମସ୍ତ ଜନସାଧାରଣ ମାନେ ଅମାନୁଷିକ ଭାବେ ପିଟି ପିଟି ହତ୍ୟା କରାଯାଇ ଥିବାର ଘୋର ନିନ୍ଦା କରିବା ସହିତ ସମସ୍ତ ହତ୍ୟାକାରୀ ଏବଂ ଘଟଣାରେ ସଂପୃକ୍ତ ଥିବା ସମସ୍ତ ଦୋଷୀଙ୍କୁ ଯଥା ଶୀଘ୍ର ଗିରଫ କରିବା ପାଇଁ ଦୃଢ଼ ଦାବି ଉପସ୍ଥାପନ କରାଯାଇଥିଲା । ତତ୍ ସହିତ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ସୁଧାର ଆଣିବା ପାଇଁ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବାକୁ ଦାବି ଉପସ୍ଥାପନା ହୋଇଥିଲା । ସଭାର ନିଷ୍ପତ୍ତି କ୍ରମେ ଏହି ଘଟଣାର ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ପ୍ରତ୍ୟେକ ଗ୍ରାମରେ ପ୍ରତିବାଦ ସଭା ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏକ ପାଞ୍ଚ ଜଣିଆ ସୁରକ୍ଷା କମିଟି ଗଠନ କରିବା ସହିତ ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଛି । ସୁରକ୍ଷା କମିଟିରେ ସୂର୍ଯ୍ୟକାନ୍ତ ମୁର୍ମୁ,ବିଶ୍ଵନାଥ ମହାନ୍ତ, ଅଜମ୍ବର ମହାନ୍ତ, ପ୍ରବୀର ମହାନ୍ତ ଓ ମହେଶ୍ୱର ମହାନ୍ତ ଏଵଂ ଉପଦେଷ୍ଟା ମଣ୍ଡଳୀ ରେ ବଳରାମ ମୁର୍ମୁ, ଭରତ ଚନ୍ଦ୍ର ମହାନ୍ତ, ଅଶୋକ କୁମାର ପୁଷ୍ଟି, ହୃଷିକେଶ ମହାନ୍ତ ଓ ହାଡ଼ିବନ୍ଧୁ ମହାନ୍ତ ଙ୍କୁ ଚୟନ କରାଯାଇଛି । ସଭାରେ କୁଡ଼ୁମି ସେନା ର ରାଜ୍ୟ ସଭାପତି ଶ୍ରୀ ଜୟମୁନି ମହାନ୍ତ , ସାଇରାମ୍ ମହାନ୍ତ , ହିରାଲାଲ ମହାନ୍ତ, ପପୁ,କାହୁଁ, ଅଜିତ୍ ଏବଂ ଆଦିମ କୁଡୁମି ସମାଜର ରାଜ୍ୟ ସଭାପତି ପଦ୍ମଲୋଚନ ମହାନ୍ତ, କୁଡୁମମାଲୀ କାଲଚୁରାଇ ଏସୋସିଏସନ୍ ସାଧାରଣ ସମ୍ପାଦକ ନିରଞ୍ଜନ ମହାନ୍ତ,ସଭାପତି ଡ଼: ଭକ୍ତହରି ମହାନ୍ତ, କୁଡୁମି ମହାନ୍ତ ମହାସଭାର ସଭାପତି ଇଂ ପ୍ରତାପ ଚନ୍ଦ୍ର ମହାନ୍ତ, କୁଡୁମି ଯୁବ ଛାତ୍ର ସଂଗଠନ ସଭାପତି ଶ୍ରୀ ପଟେଲ ମହାନ୍ତ, କୁଡୁମି ମହାନ୍ତ ମହାସଭାର ପୂର୍ବତନ ରାଜ୍ୟ ସଭାପତି ଅଧ୍ୟାପକ ଗୋପବନ୍ଧୁ ମହାନ୍ତ, ଟଟୋମିକ କୁଡୁମି ସମାଜର ରାଜ୍ୟ ସଭାପତି ସତ୍ୟରଞ୍ଜନ ମହାନ୍ତ,ଆଦିବାସୀ କୁଡୁମି ସମାଜର ସଭାପତି ଡ଼ା: ମୋନାଜ କୁମାର ମହାନ୍ତ,ବରିଷ୍ଠ କୁଡୁମି ସଂଗଠକ ଶ୍ରୀ ଛୋଟେଲାଲ ମହାନ୍ତ ଓ ପୂର୍ଣ୍ଣ ଚନ୍ଦ୍ର ମହାନ୍ତ ପ୍ରମୁଖ ଯୋଗ ଦାନ କରି ଶୋକ ସନ୍ତ୍ୱପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ଏହି ଘଟଣାରେ ନ୍ୟାୟ ପ୍ରଦାନ ପାଇଁ ଦୃଢ଼ ଦାବି କରିଥିଲେ । ପ୍ରକାଶ ଥାଉକି ଗତ ୨୨/୪/୨୦୨୪ ରିଖ ହୋଇଥିବା ଗୋପାଳ ମହାନ୍ତଙ୍କ ମୃତ୍ୟୁ ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପ୍ରତିବାଦରେ ଦୁଇ ଘଣ୍ଟା ରାଜରାସ୍ତାକୁ ଅବରୋଧ କରିଥିଲେ। ବାରିପଦା ଏସଡିପିଓ ଏବଂ ଝାରପୋଖରିଆ ଥାନା ଅଧିକାରୀ ଦେଇଥିବା ପ୍ରତିଶ୍ରୁତି କ୍ରମେ ରାସ୍ତା ଅବରୋଧ ହଟିଥିଲା । ତେବେ ବର୍ତମାନ ସୁଦ୍ଧା କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରି ନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ଉପସ୍ଥିତ ଅଞ୍ଚଳବାସୀ । ଏହି ଘଟଣାରେ ସମଗ୍ର ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।

Leave A Reply

Your email address will not be published.