ମୟୂରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟରେ ସୀମାନ୍ତ ଶିକ୍ଷା ସମିତିର ପ୍ରତିଷ୍ଠାତା ସଦସ୍ୟ ପ୍ରତାପ ଚନ୍ଦ୍ର ଦାସଙ୍କ ଦେହାନ୍ତରେ ଅଧ୍ୟକ୍ଷ ଡ଼ଃ ବୁଦ୍ଧଦେବ କରଙ୍କ ଆହ୍ୱାନରେ ଏକ ଜରୁରୀକାଳୀନ ଶୋକସଭା ଓ ନିରବ ପ୍ରାର୍ଥନା ଆୟୋଜିତ ହୋଇଯାଇଛି।ଉକ୍ତ ସଭାରେ ଅଧ୍ୟକ୍ଷ ଡ଼ଃ କର ସଭାପତିତ୍ୱ କରିବା ସଙ୍ଗେ ସଙ୍ଗେ ସ୍ବର୍ଗତ ପ୍ରତାପ ଚନ୍ଦ୍ର ଦାସଙ୍କ ସୀମାନ୍ତ ଶିକ୍ଷା ସମିତିକୁ ଅବଦନର ସ୍ମୃତିଚାରଣ କରିଥିଲେ। ସୀମାନ୍ତ ମହାବିଦ୍ୟାଳୟ,ସୀମାନ୍ତ ବୈଷୟିକ ମହାବିଦ୍ୟାଳୟ,ଶିଳ୍ପ ତାଲିମ ଅନୁଷ୍ଠାନ,ସୀମାନ୍ତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଆଦି ଶିକ୍ଷାନୁଷ୍ଠାନ ଯେଉଁ ମହାନ ପୁରୁଷ ମାନଙ୍କ ପରିକଳ୍ପନାରେ ପ୍ରତିଷ୍ଠିତ ହୋଇଥିଲା ସେମାନଙ୍କ ମଧ୍ୟରୁ ସ୍ବର୍ଗତ ଦାସ ଅନ୍ୟତମ।ତାଙ୍କର ଅବର୍ତମାନ ସୀମାନ୍ତ ଶିକ୍ଷାବିକାଶ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ଅଧ୍ୟକ୍ଷ ପ୍ରକାଶ କରିଥିଲେ। ତତ୍ ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ,ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଅମର ଆତ୍ମାର ସଦଗତି କାମନା କରିଥିଲେ।
Sign in
Sign in
Recover your password.
A password will be e-mailed to you.