ଆଇନଜୀବୀ ଦିବସରେ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି: ବଳରାମ ମହାନ୍ତିଙ୍କୁ ‘ମଧୁ ସମ୍ମାନ’

2

ବଡ଼ବିଲ (ଶାସକ ପ୍ରଶାସକ): ବଡବିଲରେ ୧୭୬ତମ ମଧୁସୂଦନ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବଡବିଲର ଆଇନଜୀବୀ ମାନେ ମଧୁସୁଦନ ଛକରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ବଡ଼ବିଲର ଅନେକ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାଗଣ ମଧ୍ୟ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବଡବିଲ ଅଦାଲତର ଆଇନଜୀବୀ କକ୍ଷରେ ଏକ ସଭାର ଆୟୋଜନ କରାଯାଇଥିଲା। ମଧୁବାବୁଙ୍କ ଫଟ ଚିତ୍ରରେ ମାଲ୍ୟାର୍ପଣ ପରେ ମଧୁବାବୁଙ୍କ ଜୀବନୀ ଉପରେ ସ୍ମ୍ରତିଚାରଣ କରାଯାଇଥିଲା। ଏହି ଅବସରରେ ଆଇନଜୀବୀ ବଳରାମ ମହାନ୍ତିଙ୍କୁ ପୁଷ୍ପ ଗୁଚ୍ଛ ଓ ମାନପତ୍ର ପ୍ରଦାନ କରାଯାଇ “ମଧୁ ସମ୍ମାନ-୨୦୨୪” ରେ ସମ୍ମାନୀତ କରାଯାଇଥିଲା। ଆଇନଜୀବୀ ଗଗନ ବିହାରୀ ଭଟ୍ଟମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାକାର୍ଯ୍ୟ ରେ ସମ୍ପାଦକ ପ୍ରଦୀପ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.