ବିଳାସପୂର୍ଣ୍ଣ ରିୟଲ ଇଷ୍ଟେଟ୍ ପ୍ରକଳ୍ପ ‘ ସଲିଟେୟାର’ ର ଶୁଭାରମ୍ଭ ଘୋଷଣା କଲେ ହର୍ଷପ୍ରିୟା ନୀଳାଚଳ ଗ୍ରୁପ

2

ଭୁବନେଶ୍ଵର: ହର୍ଷପ୍ରିୟା ଗ୍ରୁପ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ସଂସ୍ଥା ହର୍ଷପ୍ରିୟା ନୀଳାଚଳ ଗ୍ରୁପ ଗ୍ରାହକ ମାନଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଭୁବନେଶ୍ଵର ଖଣ୍ଡଗିରି ଅଞ୍ଚଳ ରେ ଏକ ଐତିହାସିକ ପ୍ରକଳ୍ପ ‘ ସଲିଟେୟାର ‘କୁ ଉନ୍ମୋଚନ କରିଛନ୍ତି।
ଆଧୁନିକ ଜୀବନଯାପନ ପାଇଁ ନୀଳାଚଳ ହୋମ୍ସର ଅଭିନବ ଆଭିମୁଖ୍ୟ ସହିତ ଗୁଣବତ୍ତା ପ୍ରତି ହର୍ଷପ୍ରିୟା Group ର ପ୍ରତିବଦ୍ଧତାକୁ ଏହି ପ୍ରକଳ୍ପ ଯୋଡ଼ିଛି। ସଲିଟେୟାର ” ପ୍ରକଳ୍ପ ରିୟଲ ଇଷ୍ଟେଟ୍ କ୍ଷେତ୍ରରେ ଉତ୍କର୍ଷତାର ଏକ ନୂତନ ମାନଦଣ୍ଡ ସୃଷ୍ଟି କରିବ ।
ହର୍ଷପ୍ରିୟା ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଚେତନ କୁମାର ଟେକରିୱାଲ କହିଛନ୍ତି, ଭୁବନେଶ୍ୱରରେ ବିଳାସ ଓ ଉଦ୍ଭାବନର ପ୍ରକୃତ ପ୍ରତିଫଳନ ‘ ସଲିଟେୟାର’କୁ ଉପସ୍ଥାପିତ କରି ଆମେ ଆନନ୍ଦିତ। ସଲିଟୟାର ସହିତ ଆମର ଲକ୍ଷ୍ୟ କେବଳ ପୂରଣ କରିବା ନୁହେଁ ବରଂ ସମକାଳୀନ ଘର ମାଲିକଙ୍କ ଆଶାକୁ ପୂରଣ କରିବା, ସେମାନଙ୍କୁ ଆରାମ, ସୁନ୍ଦରତା ଏବଂ ଅତ୍ୟାଧୁନିକ ସୁବିଧାର ମିଶ୍ରଣ ପ୍ରଦାନ କରିବା ହେଉଛି ଆମର ପ୍ରୟାସ|
ଏହି ପ୍ରକଳ୍ପରେ ଏକ ୨୧ ମହଲା ବିଶିଷ୍ଟ ହାଇରାଇଜ୍ ଟାୱାର ରହିଛି, ଯେଉଁଥିରେ ଅତ୍ୟାବଶ୍ୟକ କମରସିଆଲ ଏରିଆ ସହିତ ୧୯୨ଟି ଆବାସିକ ୟୁନିଟ୍ ରହିଛି, ଯାହା ସବୁ ସ୍ଥାୟୀ ଏବଂ ଆଧୁନିକ ସ୍ଥାପତ୍ୟ ଦୃଷ୍ଟିକୋଣ ସହିତ ଡିଜାଇନ୍ କରାଯାଇଛି। ଖଣ୍ଡଗିରି ଛକ ନିକଟରେ ଅବସ୍ଥିତ ସଲିଟୟାରରେ ଶାନ୍ତ ଜୀବନଯାପନ ସ୍ଥାନର ସୁବିଧା ଉପଲବ୍ଧ ହେବ।
ନୀଳାଚଳ ହୋମ୍ସର ପରିଚାଳନା ନିର୍ଦ୍ଦେଶକ ଗୋଲକ ବିହାରୀ ଶତପଥୀ ଏହି ପ୍ରକଳ୍ପର ସ୍ବତନ୍ତ୍ର ବୈଶିଷ୍ଟ୍ୟ ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରି କହିଛନ୍ତି, ” ସଲିଟେୟାର ଏହାର ଡୁଆଲ ବେସମେଣ୍ଟ ପାର୍କିଂ, ପରିବେଶ ଅନୁକୂଳ ନିର୍ମାଣ ଏବଂ ଜୀବନଧାରଣ ଅନୁଭୂତିକୁ ବଢ଼ାଇବା ପାଇଁ ପ୍ରସ୍ତୁତ ଅନେକ ସୁବିଧା ସୁଯୋଗ ସହିତ ଉପଲବ୍ଧ ହେବ। ଉଦ୍ୟାନଠାରୁ ଆରମ୍ଭ କରି ଉନ୍ନତ ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟନ୍ତ, ପ୍ରତ୍ୟେକ ଡ଼ିଜାଇନ ଗ୍ରାହକ ଙ୍କ ଆବଶ୍ୟକ ଏବଂ ପରିବେଶ ସହିତ ସମନ୍ୱୟ ସୁନିଶ୍ଚିତ କରିବା ପାଇଁ ପ୍ରସ୍ତୁତ କରାଯାଇଛି ।
ପ୍ରୋଜେକ୍ଟ ହାଇଲାଇଟ୍ସ:
ନାମ: ସଲିଟେୟାର
ଡେଭଲପର୍ : ହର୍ଷପ୍ରିୟା ନୀଳାଚଳ
ସ୍ଥାନ: ବିପିସିଏଲ୍ ପେଟ୍ରୋଲ ପମ୍ପ, ୧୬ ନମ୍ବର ଜାତୀୟ ରାଜପଥ, ଖଣ୍ଡଗିରି ଛକ ନିକଟ, ଭୁବନେଶ୍ୱର
ପ୍ରକଳ୍ପ: ୨ ବେସମେଣ୍ଟ + ଷ୍ଟିଲଟ + ୨୧ ମହଲା, ସିଙ୍ଗଲ ଟାୱାର, ଉଭୟ ଆବାସିକ ଏବଂ କମରସିଆଲ ସ୍ପେଶ
ବିଶେଷ ବୈଶିଷ୍ଟ୍ୟ: ୨୧ ଓ ୨୨ ତମ ମହଲାରେ ‘କ୍ଲବ କ୍ରାଉନ୍’ ମନୋରଞ୍ଜନ ସ୍ଥାନ, ସୁଇମିଂ ପୁଲ୍ ଏବଂ ଖୋଲା ଆକାଶ ତଳେ ୩୦ରୁ ଅଧିକ ବିଳାସପୂର୍ଣ୍ଣ ସୁବିଧା ରହିଛି
ବାସିନ୍ଦାମାନେ ରୁଫ୍ ଟପ୍ ସୁଇମିଂ ପୁଲ୍, ଆଧୁନିକ ଜିମ୍, ଯୋଗ ଲନ୍ ସମେତ ଏକାଧିକ ବିଶ୍ରାମ ଏବଂ ଫିଟନେସ୍ ସୁବିଧା ମଧ୍ୟ ଉପଭୋଗ କରିପାରିବେ , ଯାହା ସେମାନଙ୍କୁ ଏକ ଅତୁଳନୀୟ ଜୀବନଧାରଣ ଅନୁଭୂତି ପ୍ରଦାନ କରିବ ।

Leave A Reply

Your email address will not be published.