ମୟୂରଭଞ୍ଜ ଜିଲ୍ଲା ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ ।: ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀ ର ସାରସକଣା ଗୋଲାପମଣି ଓଁକାର ମଠ ଠାରେ ୫୫ନଂ ଜୋନ ର କର୍ମୀସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାରସକଣା ବିଧାନସଭା ବିଜେପି ପ୍ରାର୍ଥୀ ଶ୍ରୀ ଭାଦଵ ଚନ୍ଦ୍ର ହାଁସଦା ଏବଂ ମୟୂରଭଞ୍ଜ ଜିଲ୍ଲା ଲୋକସଭା ପ୍ରାର୍ଥୀ ଶ୍ରୀ ନବଚରଣ ମାଝୀ ଙ୍କ ସହିତ ୫୫ଏବ ୫୬ ନଂ ଜୋନର ମଣ୍ଡଳ ସଭାପତି ଏବଂ ବରିଷ୍ଠ ନେତୃମଣ୍ଡଳୀ ଉପସ୍ଥାପିତ ହୋଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦୦୦ ରୁ ଉର୍ଦ୍ଧ ଲୋକମାନଙ୍କ ସମାଗମ ହୋଇଥିଲା । ସାରସକଣା ବ୍ଲକ ର ପୂର୍ବତନ ଚେୟାରମେନଙ୍କ ସମେତ ଅନେକ ବିଜେଡି କର୍ମୀମାନେ ଆଜି ଆନୁଷ୍ଠାନିକ ଭାବେ ବିଜେପି ରେ ଯୋଗ ଦେଇଥିଲେ । ତେବେ ଉଭୟ ନେତା ଲୋକସଭା ଏବଂ ବିଧାନସଭା ରେ କେମିତି ବିଜେପି ତାର ସିଟ୍ ଦଖଲ କରିବ ସେ ବିଷୟରେ ଆଲୋଚନା କରିଥିଲେ । ପ୍ରତେକ ଜଣେ ଜଣେ କର୍ମୀ ଭୋଟରଙ୍କ ପାଖକୁ ଯାଇ କିପରି କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ଜଣାଇବା ସହିତ ରାଜ୍ୟ ସରକାରଙ୍କ ଅପାରଗତା, ଦୁର୍ନୀତି ଓ ଭ୍ରଷ୍ଟାଚାର ଓ ତାମିଲ ଶାସନ ବିଷୟରେ ଜଣାଇବା ପାଇଁ କର୍ମୀ ମାନଙ୍କୁ ଉତ୍ସାହ କରିଥିଲେ । ତେବେ ଦିନ କୁ ଦିନ ଯେତେ ନିର୍ବାଚନ ପାଖେଇ ଆସୁଛି ସେତେ ଖରା ହେବା ସହିତ ରାଜନିତୀ ଉଷ୍ଣତା ଦେଖିବାକୁ ମିଳିବ ବୋଲି ଅନୁମାନରୁ ଜଣାପଡ଼ୁଛି ।
Sign in
Sign in
Recover your password.
A password will be e-mailed to you.