ଅଵସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ପରଲୋକ।

0 2

ଖଲ୍ଲିକୋଟ ରୁ ଶିବରାମ ଜେନା/ଶାସକ ପ୍ରଶାସକ: କାଳର କରାଳ ଶ୍ରୋତରେ ଦିନେ ନା ଦିନେ ସମସ୍ତେ ଭାସିବା । ମୃତ୍ୟୁ କାହାକୁ କହିକରି ଆସି ନଥାଏ। ଖଲିକୋଟ ଏନ୍ ଏ ସି ଅନ୍ତର୍ଗତ ତୋଟା ଗାଁ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
ରମେଶ ଚନ୍ଦ୍ର ପ୍ରଧାନ ଙ୍କ ପରଲୋକ ହୋଇଯାଇଛି । ଖବର ନେବାରୁ ଜଣାପଡିଛି ଯେ ତା୨୪-୪-୨୦୨୪ରିଖ ରାତ୍ର ରେ ସବୁଦିନ ପରି ନିଜର ଫା୍ରମ ହାଉସ୍ ରେ ରହିଥିଲେ । କିନ୍ତୁ ତା୨୫-୪-୨୪ରିଖ ରେ ଦେଖିଲା ବେଳେ
ଭୋର ପାହାନ୍ତିଆ ପହରରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ଖବର ପାଇବା ପରେ ଖଲ୍ଲିକୋଟ ତଥା ଶିକ୍ଷକ ଙ୍କ ମହଲରେ ଶୋକର ଛାୟା ଖେଳିଇଛି। ସେ ଦୀର୍ଘ ୩୦ ବର୍ଷ ଧରି ଶିକ୍ଷକତା କରିବା ପରେ ୩୧-୦୩- ୨୦୨୦ ରେ ଅଵସର ଗ୍ରହଣ କରି ଥିଲେ ବୋଲି ଜଣାପଡିଛି। ତାଙ୍କର ମୃତ୍ୟୁ ବେଳକୁ ୬୫ ବର୍ଷ ବୟସରେ ପଦାର୍ପଣ ହୋଇଥିଲା। ସେ ଜଣେ ମିଷ୍ଟଭାଷୀ, କର୍ତ୍ତବ୍ୟନିଷ୍ଠ, ପରୋପକାରୀ ତଥା ରାଜନିତୀଜ୍ଞ ହିସାବରେ ସେ ବେଶ ଜଣାଶୁଣା ବୋଲି ଜନଶ୍ରୁତି ରୁ ଜଣାପଡିଛି।

Leave A Reply

Your email address will not be published.