ରାଉରକେଲା,୨୫/୪ (ବସନ୍ତ କୁମାର ଜେନା): ଆମ୍କୋ-ସିମ୍କୋରେ ବ୍ରିଟିଶ ଗୁଳିରେ ଶହୀଦ ହୋଇଥିବା ୪୯ ଜଣ ନିରିହ ଆଦିବାସୀଙ୍କ ପ୍ରତି ଭକ୍ତିପୁତ ଶ୍ରଦ୍ଧଞଳୀ ଅର୍ପଣ କରାଯାଇଛି । ୮୫ ତମଶହୀଦ ଦିବସରେ ପାନପୋଷ ଉପଜିଲ୍ଲାପାଳ ତଥା ଆମ୍କୋ-ସିମ୍କୋ ଶହୀଦ ସ୍ମାରକୀ କମିଟିର ଅଧ୍ୟକ୍ଷ ବିଜୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ରାହ୍ମଣମରାର ସମାଧି ପୀଠ ଓ ଆମକୋ-ସିମକୋର ଶହୀଦ ପୀଠରେ ଭକ୍ତିପୁତ ଶ୍ରଦ୍ଧାଂଜଳୀ ଅର୍ପଣକରିଥିଲେ । ଏହି ପରିପେକ୍ଷୀରେ ଶ୍ରୀ ନାୟକ କହିଲେ ଯେ ଖୁଂଟକାଟୀ ଅଧିକାରକୁ ସାବ୍ୟସ୍ତ କରିବାକୁ ଯାଇ ୧୯୩୯ ମସିହାରେ ବ୍ରିଟିଶ ଗୁଳୀରେ ଶହୀଦ ହୋଇଥିବା ଆଦିବାସୀଙ୍କ ତ୍ୟାଗ ଓ ବଳିଦାନ ସ୍ମରଣୀୟ । ରାଜ୍ୟସରକାର ଆମ୍କୋ-ସିମ୍କୋକୁ ପର୍ଯ୍ୟଟନ ସ୍ଥଳୀରୁପେ ଘୋଷଣା କରିବା ସହ ଶହୀଦଙ୍କ ଉଦେଶ୍ୟରେ ଜାଲିୟାନା ୱାଲାବାଗ ଢାଂଚାରେ ଏକ ସ୍ମୃତି ସ୍ତମ୍ଭ ନିର୍ମାଣ କରିଛନ୍ତି l ଆମ୍କୋ-ସିମ୍କୋରସମସ୍ତ ପ୍ରଗତୀ ମୂଳକ କାର୍ଯ୍ୟ ଚାଲିଛି ଏବଂ ଆଗାମି ବର୍ଷ ଶେଷସୁଦ୍ଧା ସମସ୍ତ କାର୍ଯ୍ୟ ଶେଷହେଲେ ଏହାକୁ ଉଦ୍ଘାଟନ କରାଯିବ ବୋଲି କହିଥିଲେ । ଆମ୍କୋ-ସିମ୍କୋଶହୀଦ ପୀଠରେ ଆୟୋଜିତ କାର୍ଯ୍ୟକ୍ରମରେ ଶହୀଦ ସ୍ମାରକୀ କମିଟିର ଯୁଗ୍ମ-ସଂପାଦକ ପ୍ରସନ୍ନ କୁମାର ତ୍ରିପାଠୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ସ୍ୱାଧୀନତା ସଂଗ୍ରାମୀ ନିର୍ମଳମୁଣ୍ଡା ଓ ୪୯ ଜଣ ନିରିହ ଆଦାବାସୀଙ୍କ ପ୍ରାଣବଳୀ ସଂପର୍କରେ ଆଲୋକପାତ କରିଥିଲେ । ଶ୍ରୀତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ମାରକୀ କମିଟିର ଉପାଧ୍ୟକ୍ଷ ପ୍ରଫେସର ବିଜୟ କୁମାର ଟପ୍ପୋ କହିଲେ ଯେ ଆଜିକୁ ୮୫ବର୍ଷତଳେ ଅର୍ଥାତ ୧୯୩୯ ମସିହାର ଆଜିର ଦିନରେ ବ୍ରିଟିଶ ଗୁଳିରେ ପ୍ରାଣବଳୀ ଦେଇ ଶହୀଦ ହୋଇଥିବା ୪୯ ଜଣ ନିରିହ ଆଦିବାସୀଙ୍କ ରକ୍ତରଂଜିତ ଏହିକ୍ଷେତ୍ର ସେମାନଙ୍କ ବିରତ୍ୱ ଓ ସଂଗ୍ରାମ କଥା ମନେ ପକାଉଛି । ସାଧୀନତା ସଂଗ୍ରାମୀ ନିର୍ମଳମୁଣ୍ଡାଙ୍କ ଦୃଢ ନେତୃତ୍ୱହିଁ ସେତେବେଳେ ବ୍ରିଟିଶ ମାନଙ୍କ ନିଦ ହଜେଇ ଦେଇଥିଲା । ଖୁଂଟ୍କାଟି ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ସେମାନଙ୍କ ବଳିଦାନ ଆଜି ଆଦିବାସୀ ସଂପ୍ରଦାୟଙ୍କୁ ସେମାନଙ୍କ ତ୍ୟାଗପୁତ ଜୀବନ ବିଷୟରେ ସ୍ମରଣ କରାଉଛି । ରାଜ୍ୟ ସରକାର ସେମାନଙ୍କ ବଳିଦାନକୁ ହୃଦୟଗଂମ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କୁ ଶହୀଦର ମାନ୍ୟତା ପ୍ରଦାନ କରିନଥିବାରୁ ତୁରନ୍ତ ପଦକ୍ଷେପ ନେବାକୁ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏତ୍ତବ୍ୟତୀତ ବେଦବ୍ୟାସ ଛକରେ ନିର୍ମଳମୁଣ୍ଡାଙ୍କ ୧୦ ଫୁଟଉଚ୍ଚର ଏକ ବ୍ରୋଞ ପ୍ରତିମୂର୍ତୀ ଖୁବଶିଘ୍ର ସ୍ଥାପନ ପାଇଁ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେଉଥିବାରୁ ଆଗାମି ଦିନରେ ସୁନ୍ଦରଗଡ ଜିଲ୍ଲା ଓଡିଶା ମାନଚିତ୍ରରେ ଆଉ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାରକରିବ ଏଥିରେ ସନ୍ଦେହ ନାହିଁବୋଲିକହିଥିଲେ । ଏହା ପୂର୍ବରୁ ବ୍ରାହ୍ମଣମରା ଶହୀଦ ସମାଧି ସ୍ଥଳରେ ପାନପୋଷ ଉପଜିଲ୍ଲାପାଳ ତଥାଶହୀଦ ସ୍ମାରକୀକମିଟିର ଅଧ୍ୟକ୍ଷ ଶ୍ରୀ ନାୟକ ଓ ଉପାଧ୍ୟକ୍ଷ ପ୍ରଫେସର ଟପ୍ପୋ ଶ୍ରଦ୍ଧାଂଜଳୀ ଅର୍ପଣ କରି ସ୍ମୃତିଚାରଣ କରିଥିଲେ । ସମ୍ମାନିତ ଅତିଥି ଭାବେ ବିରମିତ୍ରପୁର ପୈାରପାଳିକାର ଅଧ୍ୟକ୍ଷ ସଂଜୀବ ମିଶ୍ର ଯୋଗଦେଇ ଶହୀଦ ସମାଧି ସ୍ଥଳର ସୈାନ୍ଦର୍ଯୀ କରଣ ସହ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ଆବଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି କହିଥିଲେ l କାର୍ଯ୍ୟକ୍ରମରେ ପୁର୍ବତନ ବିଧାୟକ ନିହାରସୁରିନ, ପାନପୋଷ ପିଏ.ଆଇଟିଡିଏ ପରମାନନ୍ଦ ପୃଷ୍ଟି,ବୀରମିତ୍ରପୁର ପୈାରପାଳିକାର ନିର୍ବାହୀ ଅଧିକାରୀ ରଂଜନ କୁମାର ଦାସ, ଉପାଧ୍ୟକ୍ଷା ବେଦିତା ବାଗ,ଇସ୍ପାତ ସ୍ୱୟଂଶାସିତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଭବାନୀଶଙ୍କର ଚାଣ୍ଡେଲ,ଡାଲମିଆ କଲେଜର ପ୍ରାଣୀବିଜ୍ଞାନର ପ୍ରଫେସର ଅଚିନ୍ତ୍ୟ ଜେନା, ମୁଣ୍ଡା ସମାଜର ସର୍ବଭାରତୀୟ ସଂପାଦକ ରଘୁନାଥ ସିଂ, ସମାଜସେବୀ ଦେବେନ୍ଦ୍ର କୁମାର ନାୟକ ଓ ଦୀପକ କୁମାର ରାଉତରାୟ, ରୋଷନ ବାଗେ ତଥା ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଶହୀଦ ମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣକରିଥିଲେ ।ଶହୀଦଙ୍କ ଅମର ଆତ୍ମାରଶାନ୍ତି ନିମନ୍ତେ ସର୍ବଧର୍ମ ପ୍ରାର୍ଥନା ମନଜିତ ସିଂହ, ତପନ ଦାଶ ଓ ସୁନିଲ ବାଗେ କରିଥିଲେ । ବିରମିତ୍ରପୁର ପୈାରପାଳିକାର ବିଜୟରଂଜନ ଚଣ୍ଡେଲ, ବିଦ୍ୟୁତକୁମାର ଦାସ,ସୁବ୍ରତ କୁମାର ପଟ୍ଟନାୟକ ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ଫ୍ଲାବିଆନୁସ ଏକ୍କା ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post