ବଡ଼ବିଲ ଅବକାରୀ ଥାନାରେ ଅଗ୍ନିକାଣ୍ଡ

0 2

ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ଅବକାରୀ ଥାନା କାର୍ଯ୍ୟାଳୟ ପରିସରରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ସେଠାରେ ଜବତ୍ ହୋଇ ରହିଥ‌ିବା ୨ଟି ବୋଲେରୋ, ଗୋଟିଏ ସ୍କର୍ପିଓ, ଗୋଟିଏ ଅଟୋ ସହ ୧୧ଟି ବାଇକ୍ ସମ୍ପୂର୍ଣ ପୋଡ଼ି ପାଉଁଶ ହୋଇଯାଇ ଥିବାର ସୂଚନା ମିଳିଛି। ସେହିପରି ଅନ୍ୟାନ୍ୟ ଜବତ୍ ସାମଗ୍ରୀ ଗୁଡିକ ମଧ୍ୟ ପୋଡ଼ି ନଷ୍ଟ ହୋଇ ଯାଇଛି । ଏଥିସହ କାର୍ଯ୍ୟାଳୟର ଦୁଇଟି ଝରକା ମଧ୍ଯ ପୋଡ଼ିଯାଇଛି। ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏନେଇ ଜଣା ପଡ଼ିବାପରେ ଅବକାରୀ ବିଭାଗ ପକ୍ଷରୁ ନିକଟସ୍ଥ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ। ତେବେ ଏକ ଘଣ୍ଟାପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ।

Leave A Reply

Your email address will not be published.