ଶାସକ ପ୍ରଶାସକ/ ଖଲ୍ଲିକୋଟ/ ଶିବରାମ ଜେନା): ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ କଞ୍ଚଣା ପଞ୍ଚାୟତ ରେ ବିଜେପି ର ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି। ଏ ଅବସରରେ ସ୍ବର୍ଗତ ଜୟ ସେନ୍ ଙ୍କ ଭାଇ ଚିତ୍ରସେନ ଘୋଷ, ଯେ କି ଜଣେ ଯୁବ ପ୍ରତିଭା ସମାଜସେବୀ ତଥା ସମିତି ସଭ୍ୟ ଅଟନ୍ତି । ଏହାଙ୍କ ଇଶରା କ୍ରମେ ପଞ୍ଚାୟତ ର ବହୁ ବିଜେଡି ଦଳର ନେତା ଓ ସରପଞ୍ଚ ମାନେ ବିଜେପି ରେ ଯୋଗଦାନ କରିବା ଫଳରେ ଖଲ୍ଲିକୋଟ ର ବିଜେଡି ଦଳର ନେତା ମାନଙ୍କ ମୁଣ୍ଡରେ ଏବେ ବିଛା କାମୁଡୁଛି ବୋଲି ହାଟ ବାଟରେ ଚର୍ଚ୍ଚା ଚାଲିଛି।
ଏ ମହା ମିଶ୍ରଣ ପର୍ବ ରେ ବିଜେପି ର ବହୁ ବରିଷ୍ଠ ନେତା ଓ କର୍ମୀ ମାନେ ମଞ୍ଚାସିନ ଥିଲେ ।ଏ ମାନଙ୍କ ମଧ୍ୟରେ ରାଜ୍ୟସଭା ସଭ୍ୟ ତଥା ଓଡ଼ିଶା ପ୍ରଭାରୀ ଵିଜୟପାଲ ସିଂ ତୋ ମା’ର, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଅଭିନେତା ଶ୍ରୀତମ ଦାଶ, ଆସ୍କା ଲୋକସଭା ପ୍ରଭାରୀ ଅଜୟ ମିଶ୍ର, ଆସ୍କା ଲୋକସଭା ସାଂସଦ ପ୍ରାର୍ଥୀନୀ ଅନିତା ଶୁଭଦର୍ଶୀନି, ଖଲ୍ଲିକୋଟ ର ବିଜେପି ପକ୍ଷରୁ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଘୁମୁସର ଜିଲ୍ଲା ବିଜେପି ସାଧାରଣ ସଂପାଦକ ଶ୍ରୀ ଅନିଲ କୁମାର ପଣ୍ଡା, ଆସ୍କା ଲୋକସଭା ସଂଯୋଜକ ଯଜ୍ଞ ନାରାୟଣ ଦାସ, ଖଲ୍ଲିକୋଟ ବିଧାନସଭା ସଂଯୋଜକ ତଥା ପୂର୍ବତନ ନଗର ପାଳ ଶଙ୍କର ପ୍ରସାଦ ନାହାକ, ଯୁବ ମୋର୍ଚ୍ଚା ସାଧାରଣ ସଂପାଦକ ଜଗନ୍ନାଥ ଭୂୟାଁ, ରାଧା ଶ୍ୟାମ ଦୋରା, ସନ୍ତୋଷ କୁମାର ରାଉତ, କାଳୁରାମ ମହାରଣା, ମିଥୁନ ଖୁଣ୍ଟିଆ, ମନୋରଞ୍ଜନ ପ୍ରଧାନ, ପଦ୍ମ ଚରଣ ସୁବୁଦ୍ଧି, ଚିତ୍ରସେନ ଘୋଷ, ସଞ୍ଜୟ ଜେନା, ଶକଳେଶ୍ଵର ଦାସ, ଖଲ୍ଲିକୋଟ ବିଧାନସଭା ପ୍ରଭାରୀ ସଞ୍ଜୟ ଘୋଷ , ମୁନା ସେଠୀ ପ୍ରମୁଖ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ ବୋଲି ଜଣାପଡିଛି। ଆଜିର ଏ ମିଶ୍ରଣ ପର୍ବ ରେ ପ୍ରାୟ ୧୦ ହଜାର ରୁ ଉର୍ଦ୍ଧ୍ୱ ଲୋକ ମାନେ ଉପସ୍ଥିତ ଥିବା ଅନୁମାନ କରାଯାଉଛି। ସଭାକାର୍ଯ୍ୟ ଆରମ୍ଭ ପୂର୍ବ ରୁ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ମିଶ୍ରଣ ପର୍ବ ରେ ଯୋଗଦାନ କରିଥିବା କର୍ମୀ ମାନଙ୍କୁ ପଦ୍ମ ଫୁଲ ଚିହ୍ନିତ ଟୋପି ଏବଂ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଖବର ନେବାରୁ ମିଳିଛି ଯେ ନାଇକାଣିପଲୀ ର ୯ଜଣ, ତଳରାମପଲୀରୂ ୨୩ଜଣ,ଓ ଅନ୍ୟାନ୍ୟ ଗ୍ରାମପଞ୍ଚାୟତ ରୁ ୨୧ ଜଣ ବିଜେଡି ଦଳର ନେତା ଓ ଅନେକ କର୍ମୀ ବିଜେପି ଦଳରେ ସାମିଲ୍ ହୋଇ ଛନ୍ତି। ମିଶ୍ରଣ ପର୍ବ ରେ ଯୋଗଦାନ କରିଥିବା ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ।
ବିଜେପି ପକ୍ଷରୁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା |
Sign in
Sign in
Recover your password.
A password will be e-mailed to you.
Next Post