ବାଇକ-ପିକ୍ ଅପ୍ ମୁହାଁମୁହିଁ ଧକ୍କା: ଜଣେମୃତ, ଜଣେ ଗୁରୁତର ।

0 2

ପଦ୍ମପୁର/ଶିବାଶିଷ ପଟ୍ଟନାୟକ: – ବିଜୁ ଏକ୍ସପ୍ରେସ ଓ୍ବେ ଅମଲିପାଲି ଛକ ନିକଟରେ ପିକଅପ୍ ଓ ବାଇକ ମୁହାଁମୁହି ଧକ୍କା ହେବା ଫଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ଜମଲା ଗ୍ରାମର ଶ୍ରୀରାମ ମେହେର ଓ ତାଙ୍କ ପୁଅ ଆକାଶ ମେହେର ପଦ୍ମପୁର ରୁ ଜମଲା ନିଜ ଘରକୁ ଫେରିବା ବେଳେ ଅମଲିପାଲି ଛକ ନିକଟସ୍ଥ ପେଟ୍ରୋଲ ପମ୍ପ କୁ ତେଲ ପକାଇବା ପାଇ ଯିବା ସମୟରେ ବୀପରିତ ଦିଗରୁ ଦୃତ ଗତିରେ ଆସୁଥିବା ଏକ ପିକଅପ୍ ବାଇକକୁ ଧକ୍କା ଦେଇଥିଲା । ଗୁରୁତର ବାପ ପୁଅଙ୍କୁ ଆମ୍ବୁଲାନ୍ସ ଯୋଗେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ଡାକ୍ତର ଶ୍ରୀରାମ ଙ୍କୁ ମୃତ ଘୋଷଣା କରିଥିବା ବେଳେ ଆକାଶ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।ହେଲେ ପିକଅପ୍ ଡ୍ରାଇଭର ଫେରାର ଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.