(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ମାହାଙ୍ଗା ନିର୍ବାଚନ ମଣ୍ଡଳୀ କୁଆଁପାଳ ସ୍ଥିତ ଅଳିଯୋଡ଼ା ସ୍ଥିତ ବାସଭବନରେ ବିଜେଡ଼ିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ଏବଂ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଦୃଢ ନେତୃତ୍ଵ ଓ ଲୋକାଭିମୁଖୀ ଯୋଜନାରେ ଅନୁପ୍ରାଣିତ ହୋଇ ମାହାଙ୍ଗା ବ୍ଲକ ମୂଳବସନ୍ତ ଗ୍ରାମ ପଞ୍ଚାୟତର ବହୁ ବିଜେପି କର୍ମୀ ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଏଠାରେ ସୂଚନାଥାଉକି ଏହି ସମସ୍ତ ବିଜେପି କର୍ମୀମାନେ କହିବା ମୁତାବକ ବିଜେପି ନେତାଙ୍କ ମନମାନୀ କାର୍ଯ୍ୟ ଉପରେ ଅତିଷ୍ଠ ହୋଇ ଏବଂ ବିଜେଡ଼ି ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ତଥା ବିଧାୟକ ପ୍ରତାପ ଜେନାଙ୍କ ଉପରେ ଆସ୍ଥା ଓ ଭରସା ପ୍ରକଟ କରି ବିଜେଡ଼ି ଦଳରେ ଯୋଗଦାନ କରିଛନ୍ତି । ଏହି ଅବସରରେ ବିଧାୟକ ଶ୍ରୀ ଜେନା ସମସ୍ତ ବିଜେପି କର୍ମୀ ମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇବା ସହିତ ପଞ୍ଚାୟତରେ ଅଧିକରୁ ଅଧିକ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ଡବଲ ଶଙ୍ଖ ଚି଼ହ୍ନରେ ମୋହର ମାରି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ବିପୁଳ ସଂଖ୍ୟାରେ ଜିତାଇବା ପାଇଁ ଆହ୍ବାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଜେନାଙ୍କ ସମେତ ମୂଳବସନ୍ତ ପଞ୍ଚାୟତର ବହୁ ବିଜେଡ଼ି ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.