ଓଡ଼ଗାଁ: ଧରିତ୍ରୀ ମାତାଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ଜନ ସଚେତନତା ସୃଷ୍ଟି ନିମନ୍ତେ ସାରା ବିଶ୍ୱରେ ଆଜି ପବିତ୍ର ଧରିତ୍ରୀ ଦିବସ ପାଳିତ ହେଉଛି । ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଅରୋମିରା ଟ୍ରଷ୍ଟ , କୁରାଳ ଆନୁକୂଲ୍ୟରେ ଟ୍ରଷ୍ଟ ପରିଚାଳକ ତଥା ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ, ଶାଳ ବଣ ସୁରକ୍ଷା ସମିତି ଏବଂ ପଞ୍ଚୁ ପାଣ୍ଡବ ସୁରକ୍ଷା ମଞ୍ଚ ସହାୟତାରେ ଓଡଗାଁ ବନାଞ୍ଚଳ ଅନ୍ତର୍ଗତ ବାହାଡାଝୋଲା ରିଜର୍ଭ ଶାଳ ବଣକୁ ଘେରି ରହିଥିବା ଗ୍ରାମ ଏବଂ ଓଡଗାଁ ଓ ବୁଗୁଡ଼ା ବନାଞ୍ଚଳ ଅଧିନସ୍ଥ ପଞ୍ଚୁ ପାଣ୍ଡବ ପାହାଡ ପାର୍ଶ୍ବରେ ଘେରି ରହିଥିବା ନୟାଗଡ଼ ତଥା ଗଞ୍ଜାମ ଜିଲ୍ଲାର ୧୫ ଟି ଗ୍ରାମରେ ଧରିତ୍ରୀ ମାତାଙ୍କ ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଜଙ୍ଗଲ ଓ ପାହାଡ଼କୁ ନିଆଁ ଦାଉରୁ ରକ୍ଷା କରିବା, ପାନୀୟ ଜଳ ସଂରକ୍ଷଣ, ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ ତଥା ପରିବେଶ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ ତଥା ପରିବେଶ ପ୍ରେମୀଙ୍କ ସ୍ଵତଃ ଅଂଶ ପ୍ରେରଣାଦାୟୀ ଥିଲା । ଧରିତ୍ରୀ ମାତାଙ୍କ ଜୟଗାନ ସହ ଜଙ୍ଗଲ ସୁରକ୍ଷା-ଆମର ଦୀକ୍ଷା, ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ-ସୁରକ୍ଷିତ ହେବ ଆମ ଜୀବନ, ଆସ ଆମେ ପ୍ରକୃତିର ବନ୍ଧୁ ହେବା ଇତ୍ୟାଦି ସ୍ଲୋଗାନ ଭାବାବେଗ ସୃଷ୍ଟି କରିଥିଲା । ପରିବେଶ ସାଥୀ, ବାଗ୍ଦେବୀ ବିକାଶ ମଞ୍ଚ, ସାଧୁ ସନ୍ଥ ବିକାଶ ମଞ୍ଚ ପ୍ରଭୃତି ଅନୁଷ୍ଠାନ ମାନଙ୍କ ସହ ସମ୍ଭବ, ରୋହିବାଙ୍କର ପ୍ରେରଣା ଓ ସହଯୋଗରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.
Next Post