ମା ମୁତ୍ୟାଲୁମା ଙ୍କ ୨୫ତମ ଚୈତ୍ର ଯାତ୍ରା: ଶତାଧିକ ମହିଳା ଭାଗ ନେଲେ କଳସ ଯାତ୍ରାରେ

0 1

ଗୁଣୁପୁର- ସ୍ଥାନୀୟ ଅଧିଷ୍ଠିତା ଦେବୀ ମା ମୁତ୍ୟାଲୁମା ଙ୍କ ୨୫ତମ ଶୀତଳ ଚୈତ୍ର ଯାତ୍ରା ଆରମ୍ଭ ହୋଇଛି /ଆଜି ସକାଳେ ମାଙ୍କ ପଞ୍ଚାମୃତ ଅଭିଷେକ ହେବା ପରେ ଅଳଙ୍କାର ଦର୍ଶନ ହୋଇଥିଲା।ପରେ ମନ୍ଦିର ପରିସରରେ ଧ୍ୱଜ ପ୍ରତିଷ୍ଠା , ସୂର୍ଯ୍ୟ ପୂଜା,ଘାଟଶାଳା ପ୍ରଵେଶ, ସ୍ତମ୍ଭ ରକ୍ଷା, ମଣ୍ଡଳ ପୁଜା, ଅଗ୍ନି ସୋଡୋସ ଉପଚର, ହୋମଗ୍ନି ସ୍ଥାପନ ପୂଜା ଅର୍ଚ୍ଚନ କରାଯାଇଥିଲା।ଚଳତବର୍ଷ ମାଙ୍କ ଚୈତ୍ର ଯାତ୍ରା ୨୫ ବର୍ଷରେ ପଦାର୍ପଣ ହୋଇଥିବାରୁ ଜଗତ କଲ୍ୟାଣ ନିମନ୍ତେ ପଞ୍ଚକୁଣ୍ଡ ହୋମଯଜ୍ଞ ଆୟୋଜନ କରାଯାଇଛି।ଏହି ଅବସରରେ ପ୍ରେତ୍ୟକ ବର୍ଷ ଭଳି ଶୀତଳ କଳସ ଯାତ୍ରା କରାଯାଇଥିଲା। ଏଥିରେ ମୋତିଲାଲ ନଗର, ଜଗନ୍ନାଥ ନଗର ଶହ ଅଞ୍ଚଳ ର ଶତାଧିକ ମହିଳା ଭକ୍ତ ମାନେ ଏହି କଳସ ଯାତ୍ରା ରେ ଅଂଶଗ୍ରହଣ କରିଥଲେ।ଏହି ଯାତ୍ରା ରେ ମହିଳା ମାନେ କଳସରେ ନିଜ ନିଜ ଗୃହରୁ କଳସରେ ହଳଦୀ ପାଣି ସହ ନିମ ପତ୍ର ରଖି ନଗର ପରିକ୍ରମ କରିବା ପରେ ମା ଙ୍କ ଠାରେ ଅର୍ପଣ କରିଥିଲେ।ଏହି ହୋମଯଜ୍ଞ ପୂଜାକୁ ପୂଜକ ଭାବେ ପ୍ରଭାତ କୁମାର ରଥଶର୍ମା କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ମନ୍ଦିର ପୂଜକ ଭାବେ ବି କିଶୋର କୁମାର, ଏମ କିଷାନ ଓ ଏମ ରାଜା ପ୍ରମୁଖ ପୂଜା କାର୍ଯ୍ୟ କରିବେ । ଯାତ୍ରା ନିମନ୍ତେ ମନ୍ଦିର ପରିସର ବିଭିନ୍ନ ପ୍ରକାର ସାଜସଜା କରାଯାଇଛି।

 

Leave A Reply

Your email address will not be published.