ପୁରୀ (ଅନିମେଶପଟ୍ଟନାୟକ): – ଆନ୍ତର୍ଜାତୀୟ ଓ ଜାତୀୟ ସ୍ତରର ସମ୍ବାଦିକ ସଂଘ ସହ ଅନୁବନ୍ଧିତ ରେଜିଷ୍ଟ୍ରିଭୁକ୍ତ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ପୁରୀ ଶାଖା ପକ୍ଷରୁ ପ୍ରାକୃତିକ ପରିବେଶରେ ଥିବା କୋଣାର୍କ ରାସ୍ତାର ନୂଆନଈ ଠାରେ ଆନନ୍ଦ ଉଲ୍ଲାସର ସହ ବଣଭୋଜି ଓ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ବିଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ବିଧାନସଭା ଅଧିବେଶନରେ ସାମ୍ବାଦିକ ସୁରକ୍ଷା ଆଇନ ପାରିତ କରିବା ପାଇଁ ସଂଘ ଦାବି କରିଥିଲା । ସାମ୍ବାଦିକଙ୍କ ପାଇଁ ପେନସନ ବ୍ଯବସ୍ଥା ଓ ସ୍ବାସ୍ଥ୍ୟବୀମା ଦଶ ଲକ୍ଷ ବୃଦ୍ଧି କରିବା ,ବସ ଓ ଟ୍ରେନ ପାସ ଯୋଗାଇଦେବାକୁ ଦାବି ହୋଇଥିଲା । ଖରା ତାତିରେ ତୀର୍ଥଯାତ୍ରୀ,ପର୍ଯ୍ୟଟକ ଓ ପଥଚାରୀ ମାନଙ୍କୁ ଦହି ସର୍ବତ ସହ ଟଙ୍କ ତୋରଣୀ ବଣ୍ଟନ କରାଯିବ ବୋଲି ପ୍ରସ୍ତାବ ଆଗତ ହୋଇଥିଲା । ଏହି ବନ୍ଧୁମିଳନରେ ଜିଲ୍ଲା ସଂଘର ଉପଦେଷ୍ଟା ତଥା ତୀର୍ଥକ୍ଷେତ୍ରର ସମ୍ପାଦକ ଜ୍ୟୋତିପ୍ରକାଶ ଜେନା, ସଂଘର ସମ୍ପାଦକ ସୁଧାଂଶୁ ଶେଖର କର,କାର୍ର୍ଯକାରୀ ସଭାପତି ଅକ୍ଷୟ କୁମାର ସ୍ବାଇଁ ସଦସ୍ଯା ରାଜଶ୍ରୀ ସାହୁ,ବନିତା ଦୀକ୍ଷିତ, ସଦସ୍ଯ ବିକ୍ରମ କେଶରୀ ଆଚାର୍ଯ୍ଯ, ସରୋଜ ମଲ୍ଲିକ, ସଞ୍ଜୟ କୁମାର ଅଗ୍ରୱାଲ, ପ୍ରଦୀପ ପ୍ରଧାନ, ଅନିମେଶ ପଟ୍ଟନାୟକ, ସତ୍ଯନାରାୟଣ ପଟ୍ଟନାୟକ, ଦିବ୍ଯରଞ୍ଜନ ବିଶୋଇ, ଶିବ ମହାପାତ୍ର, ଅନିଲ ପ୍ରଧାନ, ଅରୁଣ କୁମାରଙ୍କ ସମେତ ଅନେକ ସଭ୍ଯ ଉପସ୍ଥିତ ଥିଲେ । ଶେଷରେ ଅରୁଣ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post