ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ହେମଗିର ବ୍ଲକ ପରିସର ରେ ଆଜି ବୁଥ ସ୍ତରୀୟ ଅଧିକାରୀ ଏବଂ ସେକ୍ଟର ଅଫିସର ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ୧୪ ଜଣ ସେକ୍ଟର ଅଫିସର ଓ ୮୬ ଗୋଟି ବୁଥ ର ବୁଥ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏଥିରେ ବିଶେଷତଃ ଭୋଟର ସଚେତନତା ସୃଷ୍ଟି, ଘର କୁ ଘର ବୁଲି ମତଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉପରେ ଆଲୋଚନା ତାଲିମ ଦିଆଯାଇଥିଲା। ସେହିପରି ଭୋଟ ଗ୍ରହଣ ପୂର୍ବ ଦିନ ର କାର୍ଯ୍ୟ କଣ ରହିବ ଏବଂ ମତଦାନ ଦିନ ରେ ସେମାନଙ୍କର କଣ କାର୍ଯ୍ୟ ରହିବ ସେ ସମ୍ପକ ରେ ତାଲିମ ପ୍ରଦାନ କରାଯାଇଥିଲା। ନିର୍ବାଚନ ପ୍ରକ୍ରିୟା କୁ କିଭଳି ଭାବେ ନିର୍ଭୁଲ , ସ୍ୱଚ୍ଛ ତଥା ଶାନ୍ତି ଶୃଙ୍ଖଳା ର ସହିତ ପରିଚାଳନା କରିବେ ତାହା ଉପରେ ଗୁରୁତ୍ଵାରୋପ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ହେମଗିର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ବିଶ୍ଵନାଥ ସାହୁ, ତହସିଲଦାର ଶ୍ରୀ ଲାବନେନ୍ଦୁ ମହାନ୍ତି ଏବଂ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.