ଏଲ ଓଡ଼ିଶା ଭୋଇ ସମାଜ ବିକାଶ ପରିଷଦ,ଓଡ଼ିଶା ତରଫରୁ ଜଗତସିଂହପୁର ଶାଖାର ଆବାହକ ଶ୍ରୀ ଶଙ୍କର ଦାସଙ୍କ ଅଧ୍ୟକ୍ଷତାରେ ଏକ କର୍ମୀ ସମ୍ମିଳନୀ

0 1

ଜଗତସିଂହପୁର,ତା-୨୧.୦୪.୨୦୨୪/ସୁମନ୍ତ କୁମାର ଦାସ: ବାଲିକୁଦା ବ୍ଲକ ଅନ୍ତର୍ଗତ ବନ୍ଦର( ମାରିଚପୂର୍ )ଠାରେ ଏଲ ଓଡ଼ିଶା ଭୋଇ ସମାଜ ବିକାଶ ପରିଷଦ,ଓଡ଼ିଶା ତରଫରୁ ଜଗତସିଂହପୁର ଶାଖାର ଆବାହକ ଶ୍ରୀ ଶଙ୍କର ଦାସଙ୍କ ଅଧ୍ୟକ୍ଷତାରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କର୍ମୀ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମୀଧର ଭୋଇ, ରାଜ୍ୟ ସାଧାରଣ ସଂପାଦକ ଶ୍ରୀଯୁକ୍ତ ନିରଞ୍ଜନ ରାଉତ, ଉପ ସଭାପତି ଶ୍ରୀ ଯୁକ୍ତ ରତ୍ନାକର କlଣ୍ଡି, ବିଶିଷ୍ଟ ସମାଜ ସେବୀ ଶ୍ରୀ ଯୁକ୍ତ ଲିଙ୍ଗରାଜ ଲେଙ୍କା ,ବରିଷ୍ଟ ଦଳିତ ସମାଜ ସେବୀ ଶ୍ରୀ ଯୁକ୍ତ ନରେଶ କlଣ୍ଡି,ଶ୍ରୀଯୁକ୍ତ ଦୁଷ୍ମନ୍ତ କlଣ୍ଡି , ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଯୁକ୍ତ ଗଣେଶ୍ୱର ହାଂସଦା,ଆଡ଼ଭୋକେଟ ଶ୍ରୀ ଯୁକ୍ତ ଅଜୟ କୁମାର ଦାସ, ଦଳିତ ସମାଜ ସେବୀ ଶ୍ରୀ ସୁକାନ୍ତ କlଣ୍ଡି, ଦଳିତ ବିକାଶ ପରିଷଦ ଜଗତସିଂହପୁର ଶାଖା ର ସାଧାରଣ ସମ୍ପାଦକ ଶ୍ରୀ akhaya କୁମାର ମଲ୍ଲିକ ପ୍ରମୁଖ ଯୋଗଦାନ କରିଥିଲେ ସର୍ବ ସମ୍ମତି କ୍ରମେ ଜିଲ୍ଲା ଆବାହକ ଶ୍ରୀ ଶଙ୍କର ଦାସ ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ରେ ଜଗତସିଂହପୁର ଲୋକସଭା ସଂରକ୍ଷିତ ଆସନରୁ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା ।

Leave A Reply

Your email address will not be published.