ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): ଅଷ୍ଟମ ସ୍ଵତନ୍ତ୍ର ସଶସ୍ତ୍ର ଭାରତୀୟ ସଂରକ୍ଷିତ ବାହିନୀ (ଆଇ.ଆର୍.ବି) ର ୮୯ ତମ ଓଡ଼ିଶା ପୋଲିସ୍ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ଭବ୍ୟ ଭୋଜି ବା ବଡାଖାନା ର କାର୍ଯ୍ୟକ୍ରମ ଭଞ୍ଜନଗର ରେ ଥିବା ଅଷ୍ଟମ ସ୍ଵତନ୍ତ୍ର ସଶସ୍ତ୍ର ସଂରକ୍ଷିତ ବାହିନୀ ତରଫରୁ ଅନୁଷ୍ଠିତ ହୋଇଯାଇଛି।
ଆଜିର ଏହି ବଡାଖାନା ଉତ୍ସବ କୁ ମହାଆଡମ୍ବର ସହିତ, ମୁଖ୍ୟ ଅତିଥି ଭାବେ ଅଷ୍ଟମ ସ୍ଵତନ୍ତ୍ର ସଶସ୍ତ୍ର ଭାରତୀୟ ସଂରକ୍ଷିତ ବାହିନୀ ର ଦୁର୍ଗପତି ଶ୍ରୀମାନ୍ ହୃଷିକେଶ ରଥ ଙ୍କ ଉପସ୍ଥିତି ରେ ପାଳନ କରାଯାଇଛି। ଏହି ମହାନ୍ ଆଡ଼ମ୍ବର ଉତ୍ସବ ରେ ଭଞ୍ଜନଗର ସମେତ ଆଖପାଖ ଅଞ୍ଚଳ ର ବହୁ ବଛା ବଛା ସୁନାମଧନ୍ୟ ଓ ସମ୍ନାନିତ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ। ଯେପରିକି କିଛି ଅବସରପ୍ରାପ୍ତ ସୈନିକ, ବନ କର୍ମଚାରି, ସାମାଜିକ କର୍ମୀ, ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ସମେତ କିଛି ବରିଷ୍ଠ ସାମ୍ବାଦିକ ବନ୍ଧୁ ଉପସ୍ଥିତ ଥିଲେ। ସେଥିମଧ୍ୟରୁ ଭଞ୍ଜନଗର ସହରର ଏକମାତ୍ର ପଞ୍ଜିକୃତ ସାମ୍ବାଦିକ ସଂଘ ” କବିସମ୍ରାଟ ମିଡ଼ିଆକ୍ଳବ୍” ର ଉପସଭାପତି, ସହ ସମ୍ପାଦକ, ସମ୍ପାଦକ ଓ ସଂଯୋଜକ ସହିତ କିଛି ସଦସ୍ୟ ଯୋଗଦାନ କରିଥିଲେ।ଅନୁଷ୍ଠିତ ସମସ୍ତ କାର୍ଯ୍ୟକ୍ରମ ର ନେତୃତ୍ବ ନିର୍ବାହ କରିଥିଲେ ଏଠାର ଉପଦୁର୍ଗ ପତି ଲଲିତ୍ କୁମାର ବାଗ୍ । ଉକ୍ତ ବଡାଖାନ ଉତ୍ସବ ସହିତ ଏଠାରେ ଏକ ସଂଗିତ ଉତ୍ସବ ର ଆୟୋଜନ ହୋଇଥିଲା। ଏଥିରେ ବାଟାଲିୟନ ର ସଦସ୍ୟ ମାନେ ନିଜ ନିଜ ସଂଗିତ ପରିବେଷଣ କରିଥିଲେ। ଫଳରେ ଦୁର୍ଗ ପରିସର ମଧ୍ୟରେ ହୋଇଥିବା ସୁନ୍ଦର ସୁମଧୁର ସଂଗିତ କାର୍ଯ୍ୟକ୍ରମ କୁ ଦର୍ଶକ ମାନେ ଉପଭୋଗ କରି ପ୍ରଶଂସା କରିଥିଲେ। ଅନୁଷ୍ଠିତ ଏହି ବଡାଖାନା ଓ ସଂଗିତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ସହକାରୀ ଦୁର୍ଗପତି ହେମନ୍ତ କୁମାର ଦାସ, ରଞ୍ଜିତ୍ ବାର୍ଲା , ସନୋଷ କୁମାର ସାହୁ, ମନୋରଞ୍ଜନ ତରାଇ, ଅତିଶ କୁମାର ସାହୁ, ନିରିକ୍ଷକ ଚିତ୍ତରଞ୍ଜନ ସାହୁ, ବିଜୟ କହ୍ନର, ବଳିଷ୍ଠ ହାବିଲଦାର ଅନିଲ କୁମାର ମୋହିନୀ, ପ୍ରହଲ୍ଲାଦ ରାଉତ ସମେତ ପ୍ରଶାନ୍ତ କୁମାର ସ୍ଵାଇଁ, ବିଶ୍ଵଜିତ ମିଶ୍ର ଓ ଅନ୍ୟାନ୍ୟ ସଦସ୍ୟ ମାନେ।