ସୁନ୍ଦରଗଡ଼(ବସନ୍ତ କୁମାର ଜେନା): ମତଦାନ ହାର ବୃଦ୍ଧି କରିବା ନିମନ୍ତେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ଭୋଟର ସଚେତନତା ରଥ ର ଶୁଭାରମ୍ଭ ହୋଇଯାଇଅଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଦୁଃଖବନ୍ଧୁ ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସଚେତନତା ରଥ ଟି ସୁନ୍ଦରଗଡ଼ ପୌରପାଳିକା ଅଞ୍ଚଳ ର ୧୯ ଟି ୱାର୍ଡ ୩୭ ଗୋଟି ବୁଥ ମାନଙ୍କରେ ଭ୍ରମଣ କରି ଭୋଟ ଦାନ ନିମନ୍ତେ ଜନସଚେତନତା ସୃଷ୍ଟି କରିବ ।
ସେହିପରି ଆଜି ସୁନ୍ଦରଗଡ଼ ପୌର କାର୍ଯ୍ୟାଳୟ ଠାରେ ବୁଥ ସ୍ତରୀୟ ଅଧିକାରୀ, ସେକ୍ଟର ଅଫିସର ଓ ୱାର୍ଡ ଅଫିସର ମାନଂକ ର ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସେମାନଙ୍କୁ ନିର୍ଭୁଲ ନିର୍ବାଚନ ପ୍ରକ୍ରିୟା ତଥା ଭୋଟର ସଚେତନତା ସୃଷ୍ଟି ଉପରେ ତାଲିମ ଦିଆଯାଇଥିଲା। ସେହିପରି ବୁଥ ସ୍ତରୀୟ ଅଧିକାରୀ ମାନେ ଘର କୁ ଘର ବୁଲି ମତଦାନ ନିମନ୍ତେ ଜନସଚେତନତା ସୃଷ୍ଟି କରିବେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ, ସଦର ତହସିଲଦାର ଶ୍ରୀ କୁଳମଣି
ରଣବିଡ଼ା, ପୌର ନିର୍ବାହୀ ଅଧିକାରୀ ଶ୍ରୀ ବିକାଶ ମୁଣ୍ଡାରୀ ତଥା ପୌର ପରିଷଦ ର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.