ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୦/୦୪/୨୪ ଆଗାମି ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ମିଶ୍ର ଓ ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନିରିକ୍ଷିକା ରଞ୍ଜୁଲତା ବାରିକ ଙ୍କ ତତ୍ତ୍ଵାବଧାନରେ ଆଜି ଡାବୁଗାଁ ଅବକାରୀ ଥାନା ଅଂଚଳ ର ବିଭିନ୍ନ ସ୍ଥାନରେ ଅବକାରୀ କର୍ମଚାରୀ ଚଢାଉ କରିଥିଲେ। ଡାବୁଗାଁ ଅବକାରୀ ଥାନା ଅଞ୍ଚଳ ମେଦନା ଗ୍ରାମ ନିକଟରେ ଆଜି ସକାଳ ପ୍ରାୟ ୯ ଘଣ୍ଟ ସମୟରେ ଅବକାରୀ କର୍ମଚାରୀ ମାନେ ପେଟ୍ରୋଲିଂ କରୁଥିବା ସମୟରେ ଜଣେ ଯୁବକ ସନ୍ଦେହ ଜନକ ଅବସ୍ଥାରେ ଏକ ଜରି ବସ୍ତାରେ କିଛି ନେଉଥିବା ଜଣା ପଡିଥିଲା। ଯୁବକ ଜଣକୁ ଅବକାରୀ କର୍ମଚାରୀ ମାନେ ଅଟକାଇ ଜରି ବସ୍ତାରେ କଣ ନେଉଛୁ ବୋଲି ପଚାରିବାରୁ ସନ୍ଦିଗ୍ଧ ଯୁବକ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲା। ତେବେ ଅବକାରୀ କର୍ମଚାରୀ ଯୁବକ କୁ କାବୁ କରିଥିବା ବେଳେ ଯାଞ୍ଚ କରିବାରୁ ଜରି ବସ୍ତା ଭିତରେ ୧୨ ଲିଟର ବିୟର ( ୩୬ ଟି କେନ )ବିଦେଶୀ ମଦ ଥିବା ଜଣା ପଡିଥିଲା । ବେନିୟମ ଭାବେ ବିଦେଶି ମଦ ନେବା ଅଭିଯୋଗ ରେ ଅଭିଯୁକ୍ତ ଯୁବକ ଜଣକୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ଯୁବକ ଜଣକ ମେଦନା ଗ୍ରାମ ର ହିରେନ୍ଦ୍ର ଗୌଡ଼ (୨୪)ବୋଲି ଜଣା ପଡିଛି। ଏ ନେଇ ଅବକାରୀ କେସ ନ ୧୨/୨୪/୨୫ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୁ ଗିରଫ କରାଯାଇଥିଲା। ଏହି ଚଢାଉ ରେ ଡାବୁଗାଁ ଅବକାରୀ ଉପ ନୀରିକ୍ଷକ ବୁଲୁ ପାତ୍ର, ସହ ଉପ ନୀରିକ୍ଷକ ଏସ କେ ପଣ୍ଡା ,ଅବକାରୀ କର୍ମଚାରୀ ହରିହର ମୁଦୁଲି ,ସୁରେଖା ଭତରା ଓ ଶ୍ରୀକାନ୍ତ ବିଶୋଇ ପ୍ରମୁଖ ସାମିଲ ଥିଲେ।
Sign in
Sign in
Recover your password.
A password will be e-mailed to you.