ଦୁଇ ଦିନ ପରେ ଡାବୁଗାଁ ମା ଠାକୁରାଣୀ ଙ୍କ ଘଟ ଯାତ୍ରା, ନୀଳଗିରି କାଠ ବୋଝେଇ ଟ୍ରକ୍ ଧକ୍କା ରେ ନଷ୍ଟ ହେଲା କଳସ ମଣ୍ଡପ

0 1

 ଅଳ୍ପକେ ବର୍ତ୍ତିଲେ ୬ , ଡ୍ରାଇଭର ଅଟକ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୦/୦୪/୨୪ ଆସନ୍ତା ୨୨ ତାରିଖ ରୁ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଅନୁଷ୍ଠିତ ହେବ ମା ଠାକୁରାଣୀ ଙ୍କ କଳସ ଯାତ୍ରା। ଏଥି ପାଇଁ ପୂଜା କମିଟି ତରଫରୁ ଜୋର୍ ସର ରେ କାର୍ଯ୍ୟ ଜାରି ରହିଛି। ତେବେ ମା ଠାକୁରାଣୀ ଙ୍କ କଳସ ଯାତ୍ରା ର ଠିକ୍ ଦୁଇ ଦିନ ପୂର୍ବରୁ ଗତକାଲି ରାତ୍ର ପ୍ରାୟ ୧୧ ଘଣ୍ଟ ସମୟରେ ଗୋଟିଏ ନୀଳଗିରି କାଠ ବୋଝେଇ ଟ୍ରକ୍ କଳସ ମଣ୍ଡପ ଠାରେ ଥିବା ମେଢ଼ ଓ ସାଜସଜ୍ଜା କୁ ଧକ୍କା ଦେଇ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ କରି ଦେଇଛି। ସାଜସଜ୍ଜା ରେ ନିୟୋଜିତ ଥିବା କିଛି ବ୍ୟେକ୍ତି ମଣ୍ଡପ ନିକଟରେ ଟ୍ରକ୍ ଧକ୍କା ପରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମେଢ଼ ଓ ସାଜସଜ୍ଜା କୁ ଧକ୍କା ଦେଇ ଚାଲି ଯିବାକୁ ଚେଷ୍ଟା କରୁଥିବା ଡ୍ରାଇଭର କୁ ଗ୍ରାମବାସୀ ଅଟକ ରଖି ପୁଲିସ ଜିମା ଦେଇଛନ୍ତି। ଆସନ୍ତା ୨୨ ତାରିଖ ସୋମବାର ଠାରୁ ଡାବୁଗାଁ ରେ ମା ଠାକୁରାଣୀ ଙ୍କ ଘଟଯାତ୍ରା ନିମନ୍ତେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ବେଳେ ଡାବୁଗାଁ ମେଡିକାଲ ଛକ ରୁ କଳସ ମଣ୍ଡପ ପର୍ଯ୍ୟନ୍ତ ମେଢ଼ ଓ ଲାଇଟ୍ ସାଜସଜ୍ଜା କାର୍ଯ୍ୟ ଜାରି ରହିଛି। ୯ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ନିମନ୍ତେ ମେଡିକାଲ ଛକ ରୁ ମାନିଗାଁ ଓ ମଇଦଲପୁର କୁ ଯିବା ପାଇଁ ଚାରି ଚକିଆ ଯାନ ଯାତାୟାତ ବନ୍ଦ କରାଯାଇ ଭେଲୁଆ ଗୁଡା – ନୂଆ ଗୁଡା ରାସ୍ତା କୁ ବାଇପାସ୍ ଦିଆଯାଇଛି। ତେବେ ଗତକାଲି ରାତ୍ର ରେ ରାଇଘର ରୁ କଳାହାଣ୍ଡି ଯାଉଥିବା ଏକ ନୀଳଗିରି କାଠ ବୋଝେଇ ଟ୍ରକ ନ (ଓଡି ୨୪ ଇ ୬୭୭୯)ବାଇପାସ୍ ରାସ୍ତା ରେ ନ ଯାଇ କଳସ ମଣ୍ଡପ ରାସ୍ତା ରେ ପଶି ଯାଇଥିଲା। ବେପରୁଆ ଗାଡି ଚାଳନା କରି ଟ୍ରକ୍ ଡ୍ରାଇଭର ଜଣକ ମେଢ଼, ତୋରଣ ଓ ସାଜସଜ୍ଜା ହୋଇଥିବା ଲାଇଟ୍ ଗୁଡ଼ିକୁ ଧକ୍କା ଦେଇ ନଷ୍ଟ କରି ଦେଇଥିଲେ। କଳସ ମଣ୍ଡପ ନିକଟରେ ଡେକୋରେଶନ କାର୍ଯ୍ୟ କରୁଥିବା କିଛି ଲୋକ ଶୋଇ ବାକୁ ଉଦ୍ୟତ ହେଉଥିବା ବେଳେ ଟ୍ରକ୍ ଚାଳକ ସମସ୍ତ ଡେକୋରେଶନ ନଷ୍ଟ କରି ଚାଲିଯିବାକୁ ଉଦ୍ୟତ ହେଉଥିବା ବେଳେ ଗ୍ରାମବାସୀ ଟ୍ରକ୍ ଡ୍ରାଇଭର କୁ କାବୁ କରିଥିଲେ। ତୁରନ୍ତ ପୁଲିସ କୁ ଖବର ଦିଆଯିବା ପରେ ପୁଲିସ ଆସି କାଠ ବୋଝେଇ ଟ୍ରକ ଜବତ କରିବା ସହ ଡ୍ରାଇଭର କୁ ଅଟକ ରଖିଥିଲେ। ତେବେ ଠାକୁରାଣୀ ଯାତ୍ରା ନିମନ୍ତେ ମାତ୍ର ଦୁଇଦିନ ଥିବାରୁ ଯାତ୍ରା କମିଟି ପୁନର୍ବାର ଡେକୋରେଶନ କାର୍ଯ୍ୟକୁ ଯୁଦ୍ଧ କାଳୀନ ଭିତ୍ତି ରେ ସମ୍ପୂର୍ଣ କରିବାକୁ ଲାଗି ପଡିଛନ୍ତି।

Leave A Reply

Your email address will not be published.