ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଭାରତ ନିର୍ବାଚନ କମିଶନ ଦ୍ବାରା ଗଜପତି ଜିଲ୍ଲା ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ ଚଣ୍ଡିଗଡର ଭାରତୀୟ ରେଳ ଲେଖା ସେବା ଚନ୍ଦ୍ରିକା ଗର୍ଗ , ଆଇଆରଏଏସ୍ ଙ୍କ ଅଧ୍ୟକ୍ଷତାରେ ଏକ ଖର୍ଚ୍ଚ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ଟିମ୍ ଙ୍କ ସହିତ ନିର୍ବାଚନ କାର୍ଯ୍ୟ ପରିଚାଳନା ପାଇଁ ଖୋଲାଯାଇଥିବା ଖର୍ଚ୍ଚ ସମ୍ବନ୍ଧୀୟ ଟିମ୍ , ସିଭିଜିଲ ମୋନିଟୋରିଙ୍ଗ ଟିମ୍ , ଭିଡିଓ ସର୍ଭେଲାନ୍ସ ଟିମ୍ , ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ , ଏମସିଏମସି ଟିମ୍ , କଣ୍ଟ୍ରୋଲ ରୁମ୍ , ଭିଡ଼ିଓଗ୍ରାଫି ଟିମ୍ ର ସଦସ୍ୟା ମାନଙ୍କ ସହିତ ଆଲେଚନା କରିଥିଲେ। ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ମୋହନା , ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳର ନିୟୋଜିତ ସମସ୍ତ କର୍ମଚାରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହାସହ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ନିର୍ବାଚନ ପାଇଁ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀ ସଠିକ୍ ଭାବରେ କାର୍ଯ୍ୟ କରିବା ସହିତ ନିଜର ସ୍ବାସ୍ଥ୍ୟ ପ୍ରତି ଯତ୍ନ ନେଇ କାର୍ଯ୍ୟ କରିବାକୁ ପର୍ଯ୍ୟବେକ୍ଷକ ସମସ୍ତଙ୍କୁ କହିଥିଲେ।
ଏହାସହ ନିର୍ବାଚନକୁ ମୁକ୍ତ ଓ ଅବାଧ ଭାବେ ପରିଚାଳନା ନିମନ୍ତେ ସମସ୍ତେ ନିଜର ଦାୟିତ୍ଵ ଓ କ୍ଷମତା ସମ୍ପର୍କରେ ଅବଗତ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଡ଼.ଗୁଣନିଧି ନାୟକ ନିର୍ବାଚନ ସମ୍ବନ୍ଧୀୟ ସବିଶେଷ ତଥ୍ୟ ଉପସ୍ଥାପନ କରି ଫୁଙ୍ଖନୁପୁଙ୍ଖ ଆଲୋଚନା କରିଥିଲେ।
ଆଜିର ବୈଠକରେ ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଳା ପରିଷଦ ପୃଥ୍ଵୀରାଜ ମଣ୍ଡଳ , ଡେପୁଟୀ କଲେକ୍ଟର ସୁସିସ୍ମିତ ମାଝୀ ସମେତ ନିର୍ବାଚନ ପରିଚାଳନା ନିମନ୍ତେ ନିୟୋଜିତ ବିଭିନ୍ନ ଦଳର ନୋଡାଲ ଅଧିକାରୀ ଓ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post