ଭୋଟ ହାର ବୃଦ୍ଧି ନିମନ୍ତେ ”ସ୍ବିପ୍” ଅଭିଯାନ”ରେ ଭୋଟର ସଚେତନତା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଭୋଟ ହାର ବୃଦ୍ଧି ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନ‌ତା ସୃଷ୍ଟି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ଏ ନେଇ ପ୍ରଶାସନ ପକ୍ଷରୁ ”ସ୍ବିପ୍” ଅଭିଯାନରେ ବିଭିନ୍ନ ସ୍ଥାନରେ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ୟୁନୀୟନ୍ ଗ୍ରାମ୍ୟ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଳାର ଭିନ୍ନ କ୍ଷମ ବ୍ୟକ୍ତି ବିଶେଷ ମାନଙ୍କୁ ନେଇ ଭୋଟର ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଯାଇଛି।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଗଜପତି ଡ଼.ଗୁଣନିଧି ନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଭୋଟର ସଚେତନତା କରେଇଥିଲେ। ବିଶେଷ କରି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପଥପ୍ରାନ୍ତ ନାଟକ , ଗୋଷ୍ଠୀ ବୈଠକ ଆୟୋଜନ କରାଯାଉଛି। ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଗୁଡିକରେ ସଚେତନତା ସଭା ଆୟୋଜନ କରାଯାଇ ସ୍ଥାନୀୟ ଯୁବ ତଥା ନୂତନ ମତଦାତା ମାନଙ୍କୁ ସାମିଲ କରାଯିବା ସହ ସକ୍ରିୟ ଭୋଟର ଅଂଶଗ୍ରହଣ ଉପରେ ଆଲୋଚନା କରାଯାଇଛି।
ଜିଲ୍ଲାର ସମସ୍ତ ବ୍ଲକରେ ବୁଥ ଗୁଡ଼ିକରେ ‘ସ୍ଵିପ୍ ଅଭିଯାନ’ରେ ୱାକାଥନ୍ , ଦସ୍ତଖ ଅଭିଯାନ , ପୋଷ୍ଟ କାର୍ଡ ମାଧ୍ଯମରେ ‘ନିର୍ବାଚନ ପାଠଶାଳା’ ଭଳି ଅନେକ ସଚେତନ‌ତା ଭିତ୍ତିକ କାର୍ଯ୍ୟକ୍ରମ କରାଯାଉଛି। ଭୋଟରଙ୍କୁ ନିଜ ମତଦାନ ସାବ୍ୟସ୍ତ ପାଇଁ ଅନୁପ୍ରାଣୀତ କରିବା ଏବଂ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗୋଟେ ଭୋଟ ମହତ୍ତ୍ବ ବାବଦରେ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ‘ସ୍ଵିପ୍’ ଅଭିଯାନରେ ସାମିଲ ହେବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।
ଏହି ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ନାୟକ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ମିଶନ ଶକ୍ତି ସଂଯଜକ ଟିମନ୍ ବାରା , ସିସିଡି ସଂପାଦକ ଏ.ଜଗନ୍ନାଥ ରାଜୁ , ସମର୍ଥକ ସଂପାଦକ ସନ୍ତୋଷ କୁମାର ମହାରଣା ସମେତ କାଶୀନଗର , ପାରଳାଖେମୁଣ୍ଡି ଓ ଗୋଷାଣୀ ଭିନ୍ନ କ୍ଷମ ବ୍ୟକ୍ତି ବିଶେଷ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.