ଟିଟିଲାଗଡ଼ ପୋଲିସ ର ସଫଳତା: ଚାରି ଜଣ କୁଖ୍ୟାତ ଚୋର କାବୁ

0

ସୁନାଗହଣା ସହ ନଗଦ ରାଶି ସମେତ ଅନେକ ସାମଗ୍ରୀ ଜବତ

ଟିଟିଲାଗଡ଼/ଭୂମିସୁତା ବିଶି :  ଟିଟିଲାଗଡ଼ ପୋଲିସ କୁ ମିଳିଛି ଏକ ବଡ଼ସଫଳତା l ଏକ କୁଖ୍ୟାତ ଚୋର ଗ୍ୟାଙ୍ଗ କୁ ଧରିବା ସହ ଚୋର ମାନଙ୍କ ଠାରୁ ଅନେକ ସାମଗ୍ରୀ ଜବତ କରିଛି l ଜବତ ସାମଗ୍ରୀ ମଧ୍ୟରେ ଅନେକ ସୁନାଗହଣା, ପୂଜା ସାମଗ୍ରୀ, ପିତ୍ତଳ, କଂସା ବାସନ, ନଗଦ ଅର୍ଥ ରାଶି, ପାଣି ପମ୍ପ ସମେତ ଅନେକ ପ୍ରକାର ମରାଣାଂସ୍ତ୍ର ଜବତ କରିଛି l
ତେବେ ପ୍ରାପ୍ତ ସୂଚନା ଅନୁଯାୟୀ, ଟିଟିଲାଗଡ଼ ସହର ତଥା ଆଖପାଖ ଅଞ୍ଚଳ ରେ ଦିନକୁ ଦିନ ଚୋରି ଘଟଣା ବଢୁଥିବା ବେଳେ ଲୋକେ ସାମଗ୍ରୀ ଚୋରି ନେଇ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ l ତେବେ ହାଟପଦା ପଡା ସ୍ଥିତ ଏକ ଘରୁ ଚୋର ମାନେ ନଗଦ 10 ହଜାର ଟଙ୍କା ସହ ସୁନା ଗହଣା ଚୋରି କରି ଫେରାର ମାରିଥିଲେ l ପରେ କାଳୀ ମନ୍ଦିର ରୁ ମଧ୍ୟ ପୂଜା ସାମଗ୍ରୀ ସହ ଟଙ୍କା ଏବଂ ପିତ୍ତଲ ସାମଗ୍ରୀ ଚୋରି କରିଥିଲେ l ନେହେରୁ ନଗର, ପିଡ଼ବ୍ଲୁ କଲୋନୀ, ନୀଳଚକ୍ର ନଗର, ଆଦି ଅଞ୍ଚଳ ରେ ଏହି ଚୋରି ଗ୍ୟାଙ୍ଗ ଚୋରି କରିବା ସହ ଅନେକ ପ୍ରକାର ସାମଗ୍ରୀ, ବାସନ କୁସନ, ଟଙ୍କା, ସୁନାଗହଣା, ରୁପା ଟଙ୍କା ଆଦି ଚୋରି କରି ଫେରାର ମାରିଥିଲେ l

ତେବେ ଟିଟିଲାଗଡ଼ ପୋଲିସ ଏନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରି ସହରର ବିଭିନ୍ନ ସ୍ଥାନରେ ରହିଥିବା ସିସିଟିଭି ରେ ଚୋର ମାନଙ୍କ ଗତିବିଧି କୁ ଠାବ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ l ଏହି ଗ୍ୟାଙ୍ଗ ରେ ଗୋରୁ ବଜାର ପଡା ର ଗୋବିନ୍ଦ ଦେୱାର,ବୁଦ୍ଧିଆ ଦେୱାର ସିରଭଟା ପଡା, ଛତିଶଗଡ଼ ରାଜ୍ୟ ବାଗବାହାର ର ମହେଶ୍ୱର ଦେୱାର,ଆଶିଷ ବର୍ମା କଟକିଆ ପଡା ର ବୋଲି ପୋଲିସ ସୂଚନା ଦେବା ସହ ଏହି ଏହି ଚୋର ଗ୍ୟାଙ୍ଗ ନାମରେ ପୂର୍ବରୁ ଟିଟିଲାଗଡ଼ ଥାନାରେ ଛଅ ଗୋଟି ମାମଲା ରେ ସାମିଲ ଥିବା ବେଳେ ବିଭିନ୍ନ ଚୋରି ଘଟଣା ରେ ଜଡିତ ଥିବା ଏହି ଗ୍ୟାଙ୍ଗ କୁ ପୋଲିସ କାବୁ କରିବା ସହ ଆଜି ରାତ୍ରି ରେ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି l

Leave A Reply

Your email address will not be published.