ନିର୍ବାଚନ ଖର୍ଚ୍ଚ ପରିଚାଳାନ ସମ୍ପର୍କରେ ସମୀକ୍ଷା କଲେ ପର୍ଯ୍ୟବେକ୍ଷକ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ନିର୍ବାଚନ କମିଶନ ଦ୍ବାରା ଗଜପତି ଜିଲ୍ଲା ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ ଚଣ୍ଡିଗଡର ଭାରତୀୟ ରେଳ ଲେଖା ସେବା ଚନ୍ଦ୍ରିକା ଗର୍ଗ , ଆଇଆରଏଏସ୍ ,୨୦୧୪ ବ୍ୟାଚ୍ , ଗତ କାଲି ଠାରୁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ମୋହନା , ପାରଳାଖେମୁଣ୍ଡି ଓ ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ପରିଦର୍ଶନ କରି ନିର୍ବାଚନ ଖର୍ଚ୍ଚ ପରିଚାଳନା ନିମନ୍ତେ ନିୟୋଜିତ ବିଭିନ୍ନ ଦଳ ସହିତ ଆଲୋଚନା କରିଛନ୍ତି।
ପାରଳାଖେମୁଣ୍ଡି ସ୍ଥିତ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଆଜି (ଗୁରୁବାର ଦିନ) ପୂର୍ବାହ୍ନରେ ଆୟୋଜିତ ସମୀକ୍ଷା ବୈଠକରେ ପର୍ଯ୍ୟବେକ୍ଷକ ଯୋଗ ଦେଇ ଖର୍ଚ୍ଚ ସମ୍ବନ୍ଧୀୟ ଟିମ୍ ସମେତ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ , ଭିଡିଓ ସର୍ଭେଲାନସ୍ ଟିମ୍ ଓ ଭିଡିଓ ଭ୍ୟୁରଙ୍ଗ୍ ଟିମ୍‌ର ନିୟୋଜିତ ଅଧିକାରୀ ଓ ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ସହ ନିର୍ବାଚନ ଖର୍ଚ୍ଚର ସଠିକ୍ ହିସାବ ଓ ଏହାର ସଠିକ୍ ପରିଚାଳନା ନିମନ୍ତେ ସବୁ ଦିନରେ ସୂଚନା ଆଦାନ ପ୍ରଦାନ ଉପରେ ପର୍ଯ୍ୟବେକ୍ଷକ ଗୁରୁତ୍ୱାରୋପ କରିଥିଲେ। ନିର୍ବାଚନକୁ ମୁକ୍ତ ଓ ଅବାଧ ଭାବେ ପରିଚାଳନା ନିମନ୍ତେ ସମସ୍ତେ ନିଜର ଦାୟିତ୍ଵ ଓ କ୍ଷମତା ସମ୍ପର୍କରେ ଅବଗତ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଏହା ସହ ଅବକାରୀ ଚାଡ଼ଉ ଆଦି ସଫର୍କିତ ବିଭିନ୍ନ ଯାଞ୍ଚ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ।
ଏହି ସମୀକ୍ଷା ବୈଠକରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ , ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ୍ କୁମାର , ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ ଓ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଡ଼.ଗୁଣନିଧି ନାୟକ , ଛେଳିଗଡ଼ ଜଳ ସେଚନ ପ୍ରକଳ୍ପର ଜମି ଅଧିଗ୍ରହଣ ଅଧିକାରୀ ରାଜେନ୍ଦ୍ର କହଁର , ଉପ-ଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡାଙ୍କ ସମେତ ନିର୍ବାଚନ ପରିଚାଳନା ନିମନ୍ତେ ନିୟୋଜିତ ବିଭିନ୍ନ ଦଳର ଅଧିକାରୀ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଏହା ସହ ପର୍ଯ୍ୟବେକ୍ଷକ ଜିଲ୍ଲାର ୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜିଲ୍ଲା ନିର୍ବାଚନ ବିଭାଗ ଦ୍ୱାରା କରାଯାଇଥିବା ବିଭିନ୍ନ ଆନୁସାଗିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।

Leave A Reply

Your email address will not be published.