(ନିଶ୍ଚିନ୍ତକୋଇଲି – ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକର ବିଭିନ୍ନ ସ୍ଥାନରେ ଓଡ଼ିଶା ଜାତିର ଗର୍ବ ଓ ଗୌରବ, ପ୍ରବାଦ ପୁରୁଷ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୭ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ନିଶ୍ଚିନ୍ତକୋଇଲି ବ୍ଳକ ବିଜୁ ଜନତା ଦଳ ପକ୍ଷରୁ ନିଶ୍ଚିନ୍ତକୋଇଲି ବଜାର ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଏବଂ ନିଶ୍ଚିନ୍ତକୋଇଲି ବ୍ଳକ ବୁହାଳୋ ଗ୍ରାମ ପଂଚାୟତ ବରପଡ଼ା ଠାରେ ଥିବା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଧୂପ, ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରାଦ୍ଧୋତ୍ସବ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ ତମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଦେଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ସ୍ୱର୍ଗତ ପଟ୍ଟନାୟକଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଗଭୀର ଭାବେ ଆଲୋକପାତ କରିଥିଲେ ଏବଂ ସ୍ୱର୍ଗତ ପଟ୍ଟନାୟକଙ୍କ ଦେଶ ଓ ଜାତି ଗଠନରେ ଥିବା ଭୂମିକାର ପଟ୍ଟାନ୍ତର ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିଶ୍ଚିନ୍ତକୋଇଲି ବ୍ଳକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ବ୍ଳକ ଅଧ୍ୟକ୍ଷା ରୋଜୀ ସେଠୀ, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ବିପ୍ଳବ କାପ, ଭୂପତିଭୂଷଣ ଷଣ୍ଢ, ଜସ୍ମିତା ସେଠୀ, ପୂର୍ବତନ ସରପଞ୍ଚ କ୍ଷୀରୋଦ ଚନ୍ଦ୍ର ପଣ୍ଡା, ଜୋନ୍ ସଭାପତି ଜ୍ୟୋତିପ୍ରକାଶ ସାଇଁ, ସମାଜସେବୀ ବ୍ରଜମୋହନ ପଣ୍ଡା, ଯୁବ ବିଜେଡ଼ି ବ୍ଳକ ସଭାପତି ଜ୍ଞାନରଂଜନ ରାଉତ, ପ୍ରମୋଦ କୁମାର ସାଇଁ, ଛାତ୍ର ସଭାପତି ପ୍ରିୟବ୍ରତ ସାହୁ, ମହିଳା ବ୍ଳକ ବିଜେଡ଼ି ସଭାପତି ଅମ୍ରିତା ସିଂଙ୍କ ସମେତ ସରପଞ୍ଚ , ସମିତିସଭ୍ୟ, ବିଜୁଜନତା ଦଳ କର୍ମୀମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.