(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ, ନିର୍ମଳ ଶାସନରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡ଼ି ପକ୍ଷରୁ ପ୍ରଭୁ ଶ୍ରୀରାମଙ୍କ ଜୟନ୍ତୀ ଉପଲକ୍ଷେ ତଥା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧୋ ଦିବସ ଉପଲକ୍ଷେ ଜଳଛତ୍ର କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ବିଧାୟକ ପ୍ରତାପ ଜେନା ଯୋଗଦାନ କରି ଏହି ମହତ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ତୁଷାର୍ତ ବାଟୋଇ ମାନଙ୍କୁ ଦହି, ଲେମ୍ବୁ, ଚିନି ଓ ଲୁଣ ମିଶ୍ରିତ ସରବତ୍ ପାଣି ବଣ୍ଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଜେନାଙ୍କ ସମେତ ନିଶ୍ଚିନ୍ତକୋଇଲି ବ୍ଳକ ଅଧ୍ଯକ୍ଷା ରୋଜି ସେଠୀ, ବ୍ଲକ ଉପାଧ୍ଯକ୍ଷ ଅଶୋକ କୁମାର ଓଝା, ବିଜୁ ଜନତା ଦଳ ବ୍ଳକ ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ବ୍ଳକ ଅଧ୍ଯକ୍ଷ ଗିରିଶରଂଜନ ମହାପାତ୍ର, ଅଧ୍ୟକ୍ଷାଙ୍କ ପ୍ରତିନିଧି ମନୋଜ କୁମାର ସେଠୀ, ଜିଲ୍ଲାପରିଷଦ ସଭ୍ୟ ବିପ୍ଳବ କିଶୋର କାପ, ଭୂପତିଭୂଷଣ ଷଣ୍ଢ, ଜସ୍ମିତା ସେଠୀ, ସମାଜସେବୀ ଜ୍ୟୋତିପ୍ରକାଶ ସାଇଁ, ବ୍ଲକ ଯୁବ ବିଜେଡି ସଭାପତି ଜ୍ଞାନରଂଜନ ରାଉତ, ସମାଜସେବୀ ବ୍ରଜମୋହନ ପଣ୍ଡା,ପ୍ରମୋଦ ସାଇଁ, ଛାତ୍ର ସଭାପତି ପ୍ରିୟବ୍ରତ ସାହୁ ଙ୍କ ସମେତ ବହୁ ବିଜେଡ଼ି ନେତୃବୃନ୍ଦ ଉପସ୍ଥିତ ରହି ବାଟୋଇମାନଙ୍କୁ ଦହିପାଣି ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ବିଜୁ ଜନତା ଦଳର କର୍ମୀ,ସରପଞ୍ଚ, ସମିତିସଭ୍ୟ, ବରିଷ୍ଠ ନାଗରିକ, ସେଚ୍ଛାସେବୀ ମାନେ ଯୋଗଦାନ କରି ସହଯୋଗ କରିଥିଲେ । ତେବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ବିଧାୟକ ପ୍ରତାପ ଜେନାଙ୍କ ଆହ୍ୱାନ କ୍ରମେ ଆୟୋଜିତ ଏଭଳି ମହତ୍ କାର୍ଯ୍ୟକ୍ରମକୁ ସାଧାରଣରେ ଦୃଢ଼ ପ୍ରଶଂସା କରାଯାଇଥିଲା l
Sign in
Sign in
Recover your password.
A password will be e-mailed to you.