ଅଞ୍ଚଳ ମହାବିଦ୍ୟାଳୟରେ ଅର୍ଥନୀତି ବିଭାଗର ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ।

0 1

ପଦ୍ମପୁର/ଶିବାଶିଷ ପଟ୍ଟନାୟକ: – ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଲଲିତ ପଣ୍ଡାଙ୍କ ଅଧ୍ୟକ୍ଷତା ରେ ବିଦାୟ କାଳୀନ ସମ୍ପର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ବିରଞ୍ଜି ସାହୁ ସ୍ୱାଗତ ଭାଷଣ ଦେଇ ଛାତ୍ରଛାତ୍ରୀ ମାନଙ୍କ କ୍ୟାରିଅର ଗଠନ ଉପରେ ଆଲୋକପାତ କରିଥିଲେ। ଅଧ୍ୟକ୍ଷ ଶିକ୍ଷାଗତ ମୂଲ୍ୟବୋଧ ଏବଂ ଏକାଗ୍ରତା ଉପରେ ଉଦବୋଧନ ଦେଇଥିଲେ। ଦ୍ୱିତୀୟ ଏବଂ ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଅଧ୍ୟାପକ ପ୍ରମୋଦ କୁମାର ପାଣିଗ୍ରାହୀ ,ଅଧ୍ୟାପକ ଲଲାତେନ୍ଦୁ ପ୍ରଧାନ, ଅଧ୍ୟାପିକା ମମତାମୟୀ ଗୁରୁ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ବର୍ଷା, ପୂଜା, ଲିଲି, ଅବିନାଶ, ମାନବ,ରୀନା, ସୁଭ୍ରତା, ଜୟନ୍ତ, ଅଲିଭ, ପରିତୋଷ, ଯୁବରାଜ, ମିନାକ୍ଷୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ଡଃ ମମତାମୟୀ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.