ବରଗଡ଼ : -ରବି ଋତୁ ୨୦୨୩-୨୪ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଡ଼ି.ଆର.ଡ଼ି.ଏ ସଭା ଗୃହଠାରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ନିର୍ବାଚନ ନିମନ୍ତେ ଆଦର୍ଶ ଆଚରଣ ସଂହିତା ଲାଗୁ ହୋଇଥିଲେ ମଧ୍ୟ ଚାଷୀ ମାନଙ୍କୁ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ବିଶେଷ ଧ୍ୟାନ ଦେବା ସହିତ ଧାନ ସଂଗ୍ରହ କାର୍ଯ୍ୟକୁ ସଫଳତାର ସହିତ ସମ୍ପାଦନା କରିବାପାଇଁ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଆଗାମୀ ମଇ ୧୦ ତାରିଖରୁ ରବି ଋତୁ ଧାନ ସଂଗ୍ରହ ପାଇଁ ଧାର୍ଯ୍ୟ କରାଯିବା ସହ ଜିଲ୍ଲାର ସମୁଦାୟ ୧୨ ଗୋଟି ବ୍ଲକ ତଥା ବରଗଡ଼, ଅତାବିରା ଏବଂ ପଦ୍ମପୁର ଆର.ଏମ.ସି.ରୁ ସମୁଦାୟ ୧୯୭ ଗୋଟି ମଣ୍ଡିରେ ୫୨ ଗୋଟି ପି.ଏ.ସି.ଏସ, ୫୦ ଗୋଟି ମହିଳା ସ୍ୱୟଂ ସହାୟକ ଦଳ ଏବଂ ୧୧୨ ମିଲର ଧାନ ସଂଗ୍ରହ କରବା ବ୍ୟବସ୍ଥା କରାଯାଇଛି I ଧାନ ସଂଗ୍ରହ କେନ୍ଦ୍ର ଗୁଡିକ ସପ୍ତାହରେ ୬ଦିନ ଖୋଲା ରହି ସକାଳ ୬ ଘଟିକାରୁ ଧାନ ସଂଗ୍ରହ କରାଯିବ I ଚାଷୀଙ୍କ ସୁବିଧା ତଥା ଧାନ ସଂଗ୍ରହ ପ୍ରକ୍ରିୟାର ବିକେନ୍ଦ୍ରୀକରଣ ନିମନ୍ତେ ୩୪ ଗୋଟି ଜାଗାରେ ସବ୍ ମାର୍କେଟ୍ ଖୋଲିବା ସହିତ ସମସ୍ତ ଧାନ ସଂଗ୍ରହ କେନ୍ଦ୍ରରେ ଆର୍ଦ୍ରତା ମିଟର, ତାରପୋଲିନ, ୱେଟବ୍ରିଜ, ବିଶ୍ଳେଷଣ କିଟ୍ ଆଦି ଯୋଗାଇବା ସହିତ ପ୍ରତୀକ୍ଷା କକ୍ଷ, ଛାଇ, ପାନୀୟଜଳ, ଲାଇଟ, ପାଇଖାନା, ସିସିଟିଭି ଏବଂ ମୂଲ୍ୟ ପ୍ରଦର୍ଶନ ବୋର୍ଡ ଆଦି ସୁବିଧା ଥିବା ମୋଡେଲ ମଣ୍ଡିର ବ୍ୟବସ୍ଥା କରାଯାଇଛି I ଚାଷୀଙ୍କ ପୂର୍ବ ସମସ୍ୟା ଗୁଡିକର ଆଲୋଚନା ତଥା ପରାମର୍ଶ ଆଧାରରେ ଜିଲ୍ଲାପାଳ ଏବର୍ଷ ଧାନ ସଂଗ୍ରହରେ ସ୍ୱଚ୍ଛତା ଆଣିବା ନିମନ୍ତେ କୌଣସି ମିଲର, ସ୍ୱୟଂ ସହାୟକ ଗୋଷ୍ଠୀ, ଆର.ଏମ.ସି ଅଧିକାରୀ ଏବଂ ଯୋଗାଣ ଅଧିକାରୀ ଠକେଇ କଲେ ତୁରନ୍ତ ଥାନାରେ ଏତେଲା ଦେବା କିମ୍ବା ଟୋଲ ଫ୍ରି ନଂ-୧୯୬୭ କିମ୍ବା ୦୬୬୪୬-୨୪୬୦୪୧ ରେ ଅଭିଯୋଗର ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ I ଭିତ୍ତିଭୂମିର ସୁବିଧା ନିମନ୍ତେ ପ୍ରଶାସନ ତରଫରୁ ମଡେଲ ମଣ୍ଡି ବ୍ୟବସ୍ଥା କରିବା ସହିତ ଚାଷୀଙ୍କୁ ଗ୍ରାମ ପଞ୍ଚାୟତ ସ୍ତରରେ ଜୁଟ ବ୍ୟାଗ ଯୋଗାଇବା କିମ୍ବା ଚାଷୀ ଦେଇଥିବା ବ୍ୟାଗର ଉଚିତ ମୂଲ୍ୟ ମିଲର ବହନ କରିବେ ଏବଂ ଏହାର ତଦାରଖ ନିମନ୍ତେ ସ୍ୱତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ, ସେ ମଣ୍ଡି ସ୍ତରରେ ସମସ୍ତ ଚାଷୀ କିଭଳି ସଠିକ ଭାବେ ପଇସା ପାଇବେ ସେ ବ୍ୟବସ୍ଥା କରିବେ ବୋଲି ଜିଲ୍ଲାପାଳ କହିଥିଲେ I ଏତଦ୍ ବ୍ୟତୀତ ପ୍ରତ୍ୟକ ଧାନ ସଂଗ୍ରହ କେନ୍ଦ୍ରରେ ଚାଷୀଙ୍କ ଅଭିଯୋଗ ଗ୍ରହଣ ନିମନ୍ତେ ସ୍ୱତନ୍ତ୍ର ରେଜିଷ୍ଟର କରାଯିବ ସହିତ ଜିଲ୍ଲା ମୁଖ୍ୟାଳୟରେ ଅଭିଯୋଗ ଗ୍ରହଣ ନିମନ୍ତେ ଏକ ସ୍ୱତନ୍ତ୍ର ଟୋଲ ଫ୍ରୀ ନମ୍ବର ଜାରି କରାଯିବ ଏବଂ ରେଜିଷ୍ଟ୍ରେସନ ପରେ ଚାଷୀଙ୍କ ମୋବାଇଲରେ ମଣ୍ଡିକୁ ଧାନ ନେଇ ଯିବା ତାରିଖର ସୂଚନା ଆସିବ ଏବଂ ଗୋଟିଏ ଟୋକନର ଅବଧି ୩୦ ଦିନ ପର୍ଯ୍ୟନ୍ତ ରହିବ I ଧାନ ଦେବା ୪୪ ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାରେ ଡ଼ିବିଟି ଦ୍ୱାରା ଟଙ୍କା ପଠାଯିବ I ପ୍ରତ୍ୟକ ଆରଏମସି ଦ୍ୱାରା ଡ଼ାକବାଜି ଯନ୍ତ୍ର ଦ୍ୱାରା ଧାନ ସଂଗ୍ରହ ତାରିଖ, ତଥା ଅନ୍ୟାନ୍ୟ ବିବରଣୀ ବିଷୟରେ ସଚେତନ କରାଯିବ ବୋଲି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି I
ଧାନ ସଂଗ୍ରହ କାର୍ଯ୍ୟକୁ ସଫଳ କରାଇବା ପାଇଁ ପ୍ରତିଟି ଆର୍.ଏମ.ସି.ର ଅଧ୍ୟକ୍ଷ ମାନଙ୍କୁ ଗାଆଁ ଗାଆଁ ବୁଲି ଚାଷୀ ମାନଙ୍କ ସହିତ ଉତ୍ତମ ଯୋଗାଯୋଗ ରଖିବା, ମଣ୍ଡିକୁ ଧାନ ଆସିବାର ଯଥା ସମୟ ପୂର୍ବରୁ ଚାଷୀ ମାନଙ୍କୁ ଟୋକେନ୍ ଦେବା ବ୍ୟବସ୍ଥା କରିବା, କଳାବଜାରୀ କିମ୍ବା ଆବଶ୍ୟକୀୟ ଧାନ ପଡୋଶୀ ଜିଲ୍ଲାକୁ ସ୍ଥାନାନ୍ତରଣ ଭଳି ବେଆଇନ କାର୍ଯ୍ୟ ଗୁଡ଼ିକୁ ରୋକିବା ପାଇଁ ଜିଲ୍ଲାର ସମସ୍ତ ସୀମାରେଖାରେ ପୋଲିସ୍ ମୁତୟନ କରିବା ସହିତ କଡାକଡି ଯାଞ୍ଚ୍ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା I ଉକ୍ତ ବୈଠକରେ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ପଦ୍ମପୁର ଅତିରିକ୍ତ ଜିଲାପାଳ ଶ୍ରୀ କୁଣାଲ ମୋତିରାମ ଚୌହାନ, ଅତିରିକ୍ତ ଜିଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁଶାନ୍ତ ସିଂ, ବରଗଡ଼ ଉପଜିଲ୍ଲାପାଳ କୁମାର ନାଗଭୁଷଣ, ପଦ୍ମପୁର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲଙ୍କ ସମେତ ଜିଲ୍ଲାର କୃଷକ ପ୍ରତିନିଧି, ବରଗଡ ଜିଲ୍ଲାସ୍ତରୀୟ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିବା ବେଳେ ଜିଲ୍ଲା ଯୋଗାଣ ଅଧିକାରୀ ବୈଠକର ପରିଚାଳନା କରିଥିଲେ I
Sign in
Sign in
Recover your password.
A password will be e-mailed to you.