କୋକଲୁଣ୍ଡାର ମେରୁଯାତ୍ରା, ବିଭିନ୍ନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା

0

ବେଲଗୁଣ୍ଠା : (ଶିବରାମ ଚୌଧୁରୀ )-:ଦୀର୍ଘ ତେର ଦିନର ଦଣ୍ଡଯାତ୍ରା ପରେ ଉଦଯାପନୀ ଉତ୍ସବ କାର୍ଯ୍ୟକ୍ରମ ସମାପନ ହୋଇଯାଇଛି । ଦଣ୍ଡୁଆ ମାନଙ୍କ ବିଭିନ୍ନ ନୀତି ନିୟମ ପାଳନ ଓ ଗ୍ରାମ୍ୟ ଭ୍ରମଣ ପରେ ବିଶ୍ୱନାଥ ନାଟ୍ୟ ସଙ୍ଘ ଦ୍ୱାରା ଆୟୋଜିତ ହୋଇଥିଲା ସନ୍ଧ୍ୟାକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଓ ସାଂସ୍କୃତିକ ସନ୍ଧ୍ୟା l ଅତିଥି ଭାବେ ପୁରାତନ କମିଟି ପ୍ରଦୀପ ସାମଲ, ସୀତାରାମ ବରାଡ଼, କପିଳା ବରାଡ଼, ଯୋଗେନ୍ଦ୍ର ମଳିକ,ଧବଳେଶ୍ୱର ଜେନା, ମଦନ ସାମଲ, ଗନ୍ଧର୍ବ ମଳିକ, ମାର୍ଗଦର୍ଶକ ପଞ୍ଚାନନ ସାମଲ, ଉଢୁରା ଗ୍ରାମ ପଞ୍ଚାୟତ ସମିତିସଭ୍ୟ ସୁଧାଂଶୁ ଶେଖର ପୋଲାଈ ଓ ସ୍ୱତନ୍ତ୍ର ଅତିଥିରୂପେ ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ଉପସ୍ଥିତିରେ ଚଳିତ ବର୍ଷ ନାଟକର ଖ୍ୟାତନାମ ନିର୍ଦ୍ଧେଶକ ଶାନ୍ତନୁ ଓଝାଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ,ପରିଚାଳନା କମିଟିଙ୍କ ଦ୍ୱାରା ନାଟକ କୁ ଜୀବନ୍ତ ରୂପ ଦେଇଥିବା କଳାକାର ହିମାଂଶୁ, ବାବୁଲା, ସଞ୍ଜୟ, ବିକ୍ରମ, ସ୍ବସ୍ତି ସୁନ୍ଦର, ଅଶ୍ୱିନୀ, ଶିବରାମ ରାଉତ,ରିଙ୍କୁ ବରାଡ଼ କାହ୍ନା, ଭିକାରିଙ୍କୁ ସମ୍ମାନିତ କରାଯାଇଥିଲା l ଦୁଇଟି ନୃତ୍ୟ ସଂସ୍ଥା ବି ଏମ କରଞ୍ଜିଆ ଓ ଏ ବାବା, ଭୁବନେଶ୍ୱର ଦ୍ୱାରା ଶାଳୀନତା ଓ ସୃଜନଶୀଳତା ର ଚମତ୍କାର ସଂଯୋଜନାରେ ବିଶ୍ୱନାଥ ନାଟ୍ୟ ସଙ୍ଘର ପ୍ରଯୋଜିତ ନାଟକ “କାନ୍ଦେନା ଲୁହ ସରିଯିବ” ସବୁ ଦିଗରେ ଚଳିତ ଦଣ୍ଡପର୍ବରେ ନିଜର ପାରଦର୍ଶିତା ଦେଖାଇ ପାରିଛି, ନାୟକ ଭୂମିକାରେ ଅବତୀର୍ଣ୍ଣ ସ୍ବସ୍ତି ସୁନ୍ଦରଙ୍କ ରଚନାତ୍ମକ ସଂଳାପ ପରିବେଷଣ ଶୈଳୀ,ଶବ୍ଦ ସଂଯୋଜନା, ଅଧ୍ୟାତ୍ମିକ ଚେତନା ଓ ଶୃଙ୍ଖଳିତ ଶିକ୍ଷିତ କଳାକାରଙ୍କ ନାଟକୀୟ ପ୍ରଦର୍ଶନ ସଭିଙ୍କୁ ମନମୋହିଛି l କୋକଳୁଣ୍ଡା ମଞ୍ଚ ନାଟକ ଦେଖିଥିବା ଲେକେ ଏହାକୁ ପ୍ରଶଂସା କରିଛନ୍ତି । ତେର ଦିନ ବ୍ୟାପି ଏହି କାର୍ଯ୍ୟକ୍ରମକୁ ଯୁବ କମିଟି ରମେଶ ପୋଲାଈ,କିରଣ ପଣ୍ଡା , ରୁଦ୍ର ପ୍ରସାଦ, ରାଜେଶ ବରାଡ଼,କାଳିଚରଣ, କାଳୁଚରଣ, ରବୀନ୍ଦ୍ର, ରାଜେଶ ପ୍ରଧାନ,ରାଜେନ୍ଦ୍ର ସାମଲ, ଚିତ୍ରସେନ, ତ୍ରିଲୋଚନ, ସାଗର, ବିକ୍ରମ ଜେନା,ମୁନା,ବାବୁଲି, ଦୀପକ, ପବିତ୍ର,ଭାବଗ୍ରାହୀ, ସୂର୍ଯ୍ୟା,ପିଣ୍ଟୁ ପ୍ରଧାନ, ରାଜେଶ,ନୂତନ,ଶଙ୍କର, ଯୋଗୀ , ଅନିଲ ସନାତନ ସାମଲ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରି ସଫଳତାର ସହିତ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ, ରେସ୍ପଣ୍ଡ ଟ୍ରଷ୍ଟ ଅଧ୍ୟକ୍ଷ ସ୍ବସ୍ତି ସୁନ୍ଦର ଆଜିର ସମ୍ବର୍ଦ୍ଧନା ସଭାକୁ ସଂଯୋଜନା କରିଥିବାବେଳେ ରାଜେଶ ବରାଡ଼ ଧନ୍ୟବାଦ ଜ୍ଞାପନ କରିଥିଲେ l ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଙ୍କ ସମେତ ସଦସ୍ୟ ସୁରେଶ ସୁବୁଦ୍ଧି ଓ ଶିବରାମ ଚୌଧୁରୀ ଙ୍କୁ କମିଟି ତରଫରୁ ସଂମାନିତ କରିଥିଲେ ।

Leave A Reply

Your email address will not be published.