ଉତ୍କଳ ଆଲୁମିନାରେ ଲକ୍ଷ୍ମୀ ନାରାୟଣ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ

0

କାଶୀପୁର ରୁ ବୈକୁଣ୍ଠ ଦୁରିଆ : ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିକ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କନ ଆଲୁମିନା ଦ୍ୱାରା ଶ୍ରୀ ଲକ୍ଷ୍ମୀ ନାରାୟଣ ମନ୍ଦିରର ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବ ଚଳିତ ଏପ୍ରିଲ ମାସ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ଓଷାପଡା ଟାଉନସିପ୍‌ରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ପଞ୍ଚଦିବସ ବ୍ୟାପୀ ଉତ୍ସବରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା।

ପବିତ୍ର ଜଳସ ଯାତ୍ରାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବରେ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଥିଲା, ଯାହା ପବିତ୍ର କାର୍ଯ୍ୟର ଶୁଭାରମ୍ଭ ଥିଲା । ପ୍ରତ୍ୟହ ସକାଳ ସମୟରେ ଶ୍ରଦ୍ଧାଳୁମାନେ ବିଭିନ୍ନ ରୀତିନୀତି ପୂଜାର୍ଚ୍ଚନାରେ ଅଂଶଗ୍ରହଣ କରିବା ସହିତ ଭଗବାନଙ୍କ ନିକଟରେ ପ୍ରାର୍ଥନା କରି ଦୈବୀଶକ୍ତିଙ୍କର ଆଶୀର୍ବାଦ ଲୋଡିଥିଲେ।

ସାନ୍ଧ୍ୟ ସମୟରେ ପ୍ରଖ୍ୟାତ କଳାକାରମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସମୁଦାୟ ସାଂସ୍କୃତିକ ପରିବେଶକୁ ଜୀବନ୍ତ କରି ଗଢି ତୋଳିଥିଲା ଏବଂ ସେମାନଙ୍କର ପ୍ରତିଭା ଓ ଭକ୍ତଭାବରେ ସମୁଦାୟ ପରିବେଶ ରସସିକ୍ତ ହୋଇଥିଲା । ଏହି ଅବସରରେ ପ୍ରଥମ ଦିବସରେ ବିଗ୍ କର୍ଟେନ ଦ୍ଵାଲା ଭଜନ ସନ୍ଧ୍ୟା ଏବଂ ପରେ ପରେ ଦ୍ଵିତୀୟ ଦିବସରେ ବିଖ୍ୟାତ କଣ୍ଠଶିଳ୍ପୀ ଅନୁପ ଜଲୋଟାଙ୍କ ଦ୍ଵାରା ସାଂସ୍କୃତିକ ସନ୍ଧ୍ୟା ଆୟୋଜିତ ହୋଇଥିଲା। ତୃତୀୟ ସନ୍ଧ୍ୟାରେ ଶାଶ୍ୱତ ଯୋଶୀଙ୍କ ଦ୍ୱାରା ବିତ୍ତାକର୍ଷକ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରାଯାଇଥୁଲା, ଯେଉଁଥିରେ ତାଙ୍କର ଲାଳିତ୍ୟ ଏବଂ ମାଧୂର୍ଯ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା ।

ଏପ୍ରିଲ ୧ ୨ ତାରିଖରେ ପ୍ରାଣ ପ୍ରତିଷ୍ଠା ଉତ୍ସବର ଉଦ୍‌ଯାପନ ସମାରୋହରେ ଆଧ୍ୟାତ୍ମିକ ଏବଂ ସାମ୍ପ୍ରଦାୟିକ ସଦ୍‌ଭାବ ପରିବେଶ ସୃଷ୍ଟି ହୋଇଥିଲା । ମଳହର ବେଗ୍, ୟୁନିଟ ହେଜ୍ ଉତ୍କଳ ଆଲୁମିନା ଓ ଆଦିତ୍ୟ ଆଲୁମିନା କାର୍ଯ୍ୟକ୍ରମର ସଫଳତା ନିମନ୍ତେ ଅବଦାନ ରଖିଥିବା ସମସ୍ତ ଅଂଶଗ୍ରହଣକାରୀ, କଳାକାର ଏବଂ ଶ୍ରଦ୍ଧାଳୁମାନଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଥିଲେ, ଯାହା ସାଂସ୍କୃତିକ ବିଭବର ସଂରକ୍ଷଣ ଏବଂ ଆଧ୍ୟାତ୍ମିକ ଜାଗରଣ ଦିଗରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ପ୍ରତିବଦ୍ଧତାକୁ ପୁନଃ ସୁଦୃଢ କରିଥିଲା।

Leave A Reply

Your email address will not be published.