ନୟାଗଡ଼,(ବିଶ୍ୱଜିତ ନାୟକ): ଗାନ୍ଧୀଜୀଙ୍କୁ ଗୋପବନ୍ଧୁଙ୍କ ସଂପର୍କରେ ଜଣାଇବା ମୂଳରେ ଯେଉଁ ଓଡିଆ ଥିଲେ ସେ ହେଉଛନ୍ତି ଗାନ୍ଧୀ ବାଦୀ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର। ଓଡିଶାର ମହାନାୟକ ଗାନ୍ଧୀଙ୍କ ପ୍ରିୟ ଓଡିଆ ପୂଜ୍ୟ ବିପ୍ଳବୀ ଶ୍ରୀ ମିଶ୍ର ଙ୍କର ୫୮ ତମ ଜିଲ୍ଲା ସ୍ତରୀୟ ଶ୍ରାଦ୍ଧ ବାର୍ଷିକୀ ଆଜି ନୟାଗଡ଼ସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ପାଳିତ ହୋଇ ଯାଇଛି। ପୂଜ୍ୟପୂଜା କମିଟି, ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ସ୍ମୃତି ପରିଷଦ, ରୋଟାରୀ କ୍ଳବ୍, ଭାରତ ବିକାଶ ପରିଷଦ, ସମର୍ପଣ,ୟୁନିଟେକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ, ମୈତ୍ରୀ ଯୁବ ସଂସଦ ଆଦି ବହୁ ସାମାଜିକ ଅନୁଷ୍ଠାନର ସଦସ୍ଯ ମାନେ ଯୋଗଦେଇଥିଲେ। ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ବିଦ୍ଯାଳୟ ପରିସରରେ ସ୍ଥାପିତ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ଧୂପ ଓ ପୁଷ୍ପମାଲ୍ୟାର୍ପଣ କରି ସ୍ମୃତି ଚାରଣ କରିଥିଲେ। ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ଥିଲେ ସ୍ବାଧୀନତା ସଂଗ୍ରାମର ଏକ ଅନିର୍ବାଣ ଅଗ୍ନିଶିଖା ବୋଲି କହିବା ସହିତ ଅଧୁନା ଛାତ୍ରଛାତ୍ରୀ ମାନେ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଜୀବନୀ ବିଷୟରେ ପଢିବା ଆବଶ୍ଯକ ବୋଲି ମତ ରଖିଥିଲେ।ପୂଜ୍ୟ ବିପ୍ଳବୀ ହେଉଛନ୍ତି ନୟାଗଡ଼ ମାଟିର ପ୍ରଥମ ରାଜ୍ଯସଭା ସଦସ୍ଯ। ଗାନ୍ଧୀବାଦୀ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କର ସ୍ମୃତି ଚାରଣ ହିଁ ଆମ ସମସ୍ତଙ୍କର ଜାତୀୟ କର୍ତ୍ତବ୍ଯ ବୋଲି ସମସ୍ତଙ୍କୁ ନିବେଦନ କରିଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ସ୍ମତି ପରିଷଦର ସଭାପତି ପ୍ରସନ୍ନ କୁମାର ପଣ୍ଡା ଯୋଗ ଦେଇ ପୂଜ୍ୟ ବିପ୍ଳବୀଙ୍କର ସ୍ମୁତିଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ରଥ, ରୋଟାରୀ କ୍ଳବ ଅଧ୍ଯକ୍ଷ ଅବଦୁଲ ଆରିଫ୍ ଖାଁ,ରୋଟାରିଆନ୍ ଜି ରଶ୍ମିରାଜ, ସମାଜସେବୀ ଅରୁଣ କୁମାର ମହାନ୍ତି, ଅନାଦି ଚରଣ ମହାନ୍ତି,ପ୍ରଦୀପ କୁମାର ସାହୁ,ପ୍ରଫୁଲ୍ଲ କୁମାର ନାୟକ,ପ୍ରଦୀପ କୁମାର ପ୍ରୁଷ୍ଟି,ସନ୍ତୋଷ କୁମାର ନାୟକ,ସମାଜସେବୀ ଦାମୋଦର ସାହୁଙ୍କ ସମେତ ବିଦ୍ଯାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ବିଦ୍ଯାଳୟର ସମସ୍ତ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.