ଶ୍ରୀ ରାମ ନବମୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

0

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୨/୦୪/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପଥପ୍ରାନ୍ତ ସୁବିଧା କେନ୍ଦ୍ର ଠାରେ ଆଗାମୀ ୧୭ ତାରିଖ ରେ ହେବାକୁ ଥିବା ଶ୍ରୀ ରାମ ନବମୀ ଉତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ତାରିଣୀ ମନ୍ଦିର ଛକ, ମୁଖ୍ୟ ଦୈନିକ ବଜାର ରେ ଗୌରିକ ପତାକା ଲଗାଇବା ସହ ପ୍ରତ୍ୟେକ ସାହିରେ ହିନ୍ଦୁପ୍ରେମି ମାନେ ଘର ଆଗରେ ଝୁଟି ଦେବା ନେଇ ନିଷ୍ପତି ନିଆ ଯାଇଥିଲା। ଶ୍ରୀ ରାମ ନବମୀ ଦିନ ଜୟନ୍ତୀ ନଗର ଠାରୁ ଏକ ବିରାଟ ବାଇକ୍ ରାଲି ଶୋଭାଯାତ୍ରା ନଗର ପରିକ୍ରମା କରିବାକୁ ନିଷ୍ପତି ନିଆଯାଇଥିଲା। ସେହିପରି ମା ତାରିଣୀ ମନ୍ଦିର ନିକଟରେ ଭକ୍ତ ମାନଙ୍କୁ ପଣା ର ବ୍ୟବସ୍ଥା କରାଯିବା ନେଇ ନିଷ୍ପତି ନିଆ ଯାଇଥିଲା। ଶାନ୍ତି ପୂର୍ଣ୍ଣ ଭାବେ ଉକ୍ତ ଦିନ ରେ ରାମ ନବମୀ ଉତ୍ସବ ପାଳନ କରିବାକୁ ବିଧିବଦ୍ଧ ନିଷ୍ପତି ନେଇଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା କରିବାକୁ ବିଶ୍ଵ ହିନ୍ଦୁ ପରିଷଦ,ହିନ୍ଦୁ ଜାଗରଣ ମଞ୍ଚ, ବଜରଙ୍ଗ ଦଳ, ରାମ ଭକ୍ତ, ତଥା ବିଭିନ୍ନ ହିନ୍ଦୁ ସଂଗଠନ ସାମିଲ ହେବା ଜଣା ପଡ଼ିଛି। ଏହି ପ୍ରସ୍ତୁତି ବୈଠକ ରେ ଭଗବାନ ମହାନ୍ତି, ଦିବ୍ୟରଞ୍ଜନ ପାତ୍ର, ଆର ଶଙ୍କର ରାଓ, ଜେ ରାଜ ଶେଖର ରାଓ, ଗୋବିନ୍ଦ ଗୋପାଳ ଅଗ୍ରୱାଲ, ଶୁଭଜିତ ପାଣିଗ୍ରାହୀ, ଗଙ୍ଗା ମହାଙ୍କୁଡ ଶିବ ପ୍ରସାଦ ରାଓ,ସନ୍ତୋଷ ଶତପଥୀ, ୱାଇ ରାଜ ଶେଖର ଦୋରା, ସହ ଅନ୍ୟ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.