କୋରାପୁଟ ଲୋକସଭା ଓ ବିଧାନସଭା ପାଇଁ ବିଜେପି ଦଳର ପ୍ରଭାରୀ ଓ ସଂଯୋଜକଙ୍କ ନାମ ଘୋଷଣା

0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: କୋରାପୁଟ ଲୋକସଭା ଓ ବିଧାନସଭା ନିର୍ବାଚନ ପରିଚାଳନା ପାଇଁ ବରିଷ୍ଠ କର୍ମକର୍ତ୍ତାଙ୍କୁ ପ୍ରଭାରୀ ଓ ସଂଯୋଜକ ରୂପେ ଦାୟିତ୍ୱ ଦିଆଯାଇଛି। ଏହି ସମ୍ପର୍କରେ ଜିଲ୍ଲା ବିଜେପି ସଭାପତି ଶିବ ପଟନାୟକ ସୂଚନା ଦେଇ କହିଛନ୍ତିଯେ କୋରାପୁଟ ଲୋକ ସଭା ସଂଯୋଜକ ରୂପେ ତ୍ରିନାଥ ପଣ୍ଡା,ସହ ସଂଯୋଜକ ପଦ୍ମନାଭ ଦାଶ, ଲୋକସଭା ପ୍ରଭାରୀ ରୂପେ ଗୋବିନ୍ଦ ଜୈନ, ରାୟଗଡ଼ା ବିଧାନସଭା ସଂଯୋଜକ ଭାବେ କେ ଅଶ୍ବିନୀ, ପ୍ରଭାରୀ ରୂପେ ରାମ ଚନ୍ଦ୍ର ବେହେରାଙ୍କୁ ନିୟୋଜିତ କରାଯାଇଛି। ସେହିପରି ବିଷମକଟକ ସହ ସଂଯୋଜକ ଭାବେ ସୁଶିଳା ସରାଫ,ପ୍ରଭାରୀ ଭାବରେ ଉଦୟ ନାଥ ପାଢ଼ୀ ଏବଂ ଗୁଣପୁର ବିଧାନସଭାର ପ୍ରଭାରୀ ଭାବେ ଶିବାଜୀ ଦାଶ ଓ ସଂଯୋଜକ ରୂପେ ପ୍ରମୋଦ ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ଜିଲ୍ଲା ବିଜେପି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି।

 

Leave A Reply

Your email address will not be published.