ନିଶ୍ଚିନ୍ତକୋଇଲି ସେଣ୍ଟ ଜାଭିୟର ହାଇସ୍କୁଲର ୧୧ତମ ବାର୍ଷିକ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ l

0

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ କଟରପଡ଼ା ଠାରେ ଥିବା ନିଶ୍ଚିନ୍ତକୋଇଲି ସେଣ୍ଟ ଜାଭିୟର ହାଇସ୍କୁଲର ୧୧ତମ ବାର୍ଷିକ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି l ଆସ୍ଥା ଚାରିଟେବୁଲ ଟ୍ରଷ୍ଟର ଚେୟାରମ୍ୟାନ ପ୍ରମିଳା ନାୟକଙ୍କ ସଭାପତିତ୍ଵ ଏବଂ ସ୍କୁଲର ଅଧକ୍ଷ ତପନ କୁମାର ରାଉତଙ୍କ ସଂଯୋଜନାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ଭୁବନେଶ୍ଵର ଜଜବା ଟ୍ରଷ୍ଟର ଅଧ୍ୟକ୍ଷ ସଫଦାର ହାସିମ୍, ମୁଖ୍ୟ ବକ୍ତା ଭାବେ ସମାଜସେବୀ ଲିନା ନନ୍ଦିତା ପରିଡ଼ା, ସମ୍ମାନୀତ ଅତିଥି ଭାବେ ହାସ୍ୟ ଅଭିନେତା ଜ୍ଞାନରଂଜନ ବାରିକ, ଅଭିନେତ୍ରୀ ଗାୟତ୍ରୀ ମିଶ୍ର, ଆର୍ନ୍ତଜାତୀୟ ମଡ଼େଲ ସ୍ନେହାଶ୍ରୀ ସାହୁ, କଳାକାର ବାବୁ ରାଜା ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ ଶୃଙ୍ଖଳିତ ଭାବେ ଶିକ୍ଷା ଗ୍ରହଣ କରିବା ସହିତ ବ୍ୟବ‌ହାରିକ ଜ୍ଞାନ ଓ ଗୁରୁଜନ ମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କଲେ ସଫଳ ବିଦ୍ୟାର୍ଥୀ ହୋଇ ସମାଜ ଓ ଦେଶର ସେବାବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ । ସ୍କୁଲର ସମ୍ପାଦକ ସ୍ମୃତିରଂଜନ ରାଉତରାୟ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲା ବେଳେ ସମସ୍ତ ଅତିଥି ମାନଙ୍କୁ ସ୍ୱାଗତ ଶୁଭେଚ୍ଛା ଜ୍ଞାପନ କରିଥିଲେ । ପ୍ରାରମ୍ଭରେ ସ୍କୁଲର ପ୍ରତିଷ୍ଠାତା ସମାଜସେବୀ ଶରତଚନ୍ଦ୍ର ରାଉତରାୟଙ୍କ ଅକାଳ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଅତିଥି ମାନଙ୍କ ଦ୍ୱାରା ବାର୍ଷିକ କ୍ରୀଡ଼ା ଓ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲାବେଳେ ବହୁ ଅଭିଭାବକ ମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଭରପୁର ଉପଭୋଗ କରିଥିଲେ l

Leave A Reply

Your email address will not be published.