କଲ୍ୟାଣସିଂହପୁର/ ମାଲେସ କୌଶଲ୍ୟା ; କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୁଡାଗୁଡା ପଞ୍ଚାୟତର କୁମ୍ବାରିଗୁଡା ଛକ ନିକଟରେ ଥିବା ଖେଳ ପଡିଆରେ ମା ସୀତାଲାମା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି | ୧୬ ଦିନ ଧରି ଖେଳା ଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୩୨ ଟି ଦଳ ଅଂଶ ଗ୍ରହଣ କରିଛନ୍ତି | ୧୨ ଓଭର ବିଶିଷ୍ଟ ଖେଳା ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍ ବଡନାୟକ ଗୁଡା ଓ କୃଷ୍ଣପାତ୍ର ଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଅବସରରେ ଆଶାୟୀ ବିଧାୟକ ପ୍ରାର୍ଥୀ ନୀଳମାଧବ ଉଲାକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂର୍ବତନ ପିସିସି ମେମ୍ବର ରମେଶ ତ୍ରିପାଠୀ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି କେ. ସୁରୀୟା ରାଓ, ପିସିସି ମେମ୍ବର ଅଶ୍ଵିନୀ ମହାପାତ୍ର, ପୂର୍ବତନ ଲ୍ୟାମ୍ପ ଏମଡି କୋଟେଶ୍ୱର ଚିନ୍ତାଲା, ବ୍ଲକ ଯୁବ କଂଗ୍ରେସ ସଭାପତି କିରଣ ରତ୍ନାଲୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ଏହିଭଳି ଟୁର୍ନାମେଣ୍ଟ ଆୟୋଜନ କରିବା ଯୁବ ବର୍ଗଙ୍କୁ ପ୍ରେରଣ ଯୋଗାଇବା ସହ ସମସ୍ତେ ଶୃଙ୍ଖଳିତ ଭାବେ ମିଶି ଖେଳିବାକୁ ମୁଖ୍ୟ ଅତିଥି ଶ୍ରୀ ଉଲାକା କହିଥିଲେ | ଏଥିରେ ଚାମିୟା ଲୋ, ଜାଡି ଶ୍ରୀନୁ, କେ ନାଗଭୂଷଣ, ବି.ରମେଶ, ମୁନା ପ୍ରଧାନ, ସନ୍ତୋଷ ନାୟକ, ଲଳିତ ମୁଦୁଲି, ଏସ ମୋହନ ରାଓ ଓ କୋଲନରା ବ୍ଲକ ଯୁବ କଂଗ୍ରେସ ସଭାପତି ନରେନ୍ଦ୍ର ନିଶାଲଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ | ଉକ୍ତ ଟୁର୍ନାମେଣ୍ଟକୁ ମା ସୀତାଲାମା କ୍ରିକେଟ କମିଟିର ଯୋଗେଶ୍ୱର ସେଠୀ, ବିଜୟ ହିକକା, ପ୍ରଭାତ ହିକକା, ପ୍ରକାଶ କୌଶଲ୍ୟା, ସନ୍ତୋଷ ହିକକା ଓ ହେମନ୍ତ ହିକକାଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ | ଫାଇନାଲ ମ୍ୟାଚରେ ବିଜୟୀ ଦଳକୁ ୨୫ ହଜାର ଟଙ୍କା ସହ ଟ୍ରଫି ଓ ଉପବିଜେତା ଦଳକୁ ୨୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ ବୋଲି କମିଟି ତରଫରୁ କୁହାଯାଇଛି |
Sign in
Sign in
Recover your password.
A password will be e-mailed to you.