ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ରାଜବୋଡ଼ାସମ୍ବର ବ୍ଲକ୍ ଅନ୍ତର୍ଗତ ସମସ୍ତ 5T ଉଚ୍ଚବିଦ୍ୟାଳୟ ର ପ୍ରଧାନଶିକ୍ଷକ ମାନଙ୍କ ମାସିକ ସମୀକ୍ଷା ବୈଠକ ଦହିଗାଁ ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଲୋକନାଥ ଭୋଇ ପ୍ରଥମେ ମା ସରସ୍ଵତୀ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣକରି ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସଭା ଆରମ୍ଭ କରିଥିଲେ। ଦହିଗାଁ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ଗୁରୁ ବନ୍ଦନା ସହ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଶ୍ରୀ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଗୋପାଳଜୀ ପ୍ରାସାଦ ପାଣିଗ୍ରାହୀ, ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମତୀ ଲୋଭାଦିନୀ ସାହୁ, ଜମରତଲା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ରାଜେଶ ଖମାରୀ ଓ ଦହିଗାଁ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଡୋଳାମଣି ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ଶ୍ରୀ ଖମାରୀ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଭୋଇ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ହାର କିପରି କମାଯାଇ ପାରିବ , ନୂତନ ଭାବରେ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ବିଭିନ୍ନ କ୍ଲବ୍ ରେ କରାଯାଉଥିବା କାର୍ଯ୍ୟାବଳୀ କୁ ସକ୍ରିୟ ରଖିବା ତଥା ସ୍କିମ୍ ଲେସନ ପ୍ଲାନ୍ ଓ ସମଗ୍ର ବ୍ଲକ୍ ରେ ଏକକ ରୋଟିନ ତିଆରି, ଛାତ୍ରଛାତ୍ରୀ ଙ୍କୁ ଦିଆ ଯାଉଥିବା ଗୃହକାର୍ଯ୍ୟର ବିବରଣୀ ଶ୍ରେଣୀ ଶିକ୍ଷକ ଲିପିବଦ୍ଧ କରିବା ସହ ଏହାକୁ ପ୍ରଧାନ ଶିକ୍ଷକ ତାଦରଖ କରିବା ପାଇଁ ପରାମର୍ଶ ଦେବା ସହ ବାୟୋ ମ୍ୟାଟ୍ରିକ୍ସ ଉପସ୍ଥାନ ସମ୍ପର୍କରେ ବିଶେଷ ଗୁରୁତ୍ବ ପ୍ରଦାନ କରିଥିଲେ।ସ୍କୁଲ୍ ର UDISE+ ତଥ୍ୟ ଠିକ ସମୟରେ ନିର୍ଭୁଲ ଭାବରେ କିପରି ପୂରଣ କରାଯାଇ ପାରିବ ବ୍ଲକ୍ ଶିକ୍ଷା ଅଫିସର କର୍ମଚାରୀ ଶ୍ରୀ ଶ୍ରୀକାନ୍ତ ପ୍ରଧାନ ଆଲୋଚନା କରିଥିଲେ। ଶ୍ରୀ ଭୋଇ ପଦ୍ମପୁର ଶିକ୍ଷାଜିଲ୍ଲା କିପରି ରାଜ୍ୟର ଏକ ଅଗ୍ରଣୀ ଶିକ୍ଷାଜିଲ୍ଲାରେ ପରିଣତ କରାଯାଇ ପାରିବ ସମସ୍ତ ପ୍ରଧାନଶିକ୍ଷକ ମାନଙ୍କର ମତାମତ ଲୋଡିଥିଲେ। ଶ୍ରୀ ପାଣିଗ୍ରାହୀ, ଶ୍ରୀ ଦାସ, ଶ୍ରୀମତୀ ସାହୁ ଏହାର ସଫଳ ରୂପାୟନ ସମ୍ପର୍କରେ ବିଶଦଭାବରେ ଆଲୋଚନା କରିଥିଲେ। ସ୍କୁଲ୍ ତଥା ଛାତ୍ର ଛାତ୍ରୀଙ୍କର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ହୋଇଥିବା ଆଲୋଚନାରେ ସମସ୍ତ ପ୍ରଧାନ ଶିକ୍ଷକ ସକ୍ରୀୟ ଅଂଶଗ୍ରହଣ କରିଥିଲେ। ଶେଷରେ ଶ୍ରୀ ଉପେନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post