୮୪୦ କେଜି ଭାଙ୍ଗ ଜବତ

0 1

ଖୋର୍ଦ୍ଧା,(ଯୋଗେଶ୍ୱର ପଣ୍ଡା): ସ୍ଥାନୀୟ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ ଛକରେ ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ଚଢାଉ କରି ୨୮ ବସ୍ତା ଭାଙ୍ଗ ସହ ପିକଅପ ଗାଡି ଓ ୨ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ନୟାଗଡ଼ ଜିଲ୍ଲାରୁ ଭୁବନେଶ୍ଵର ଅଭିମୁଖେ ଆସୁଥିବା ପିକଅପ ଗାଡିରୁ ୨୮ଗୋଟି ବସ୍ତାରେ ୮୪୦ କେଜି ଭାଙ୍ଗ ଜବତ କରି ଅଭିଯୁକ୍ତକୁ ଗିରଫ କରିଛି । ଯାହାର ଆନୁମାନିକ ମୂଲ୍ୟ ୮ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି । ଅଭିଯୁକ୍ତ ଦ୍ୱୟ ହେଲେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଂଚଳରେ ମାଧବ ଦିଗାଲ ଓ ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅଞ୍ଚଳର ରଗଡ଼ିମାଡର ସନ୍ତୋଷ ପାତ୍ର।

Leave A Reply

Your email address will not be published.