ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବାରିଗୁଡ଼ା ଛକ ନିକଟରେ ଆଜି ଦିନ ୧ ଘଣ୍ଟ ସମୟରେ ଦୁଇ ବାଇକ ମଧ୍ୟରେ ମୁହାମୁହିଁ ଧକ୍କା ହେବାରୁ ୫ ଜଣ ଆହତ ହୋଇଛନ୍ତି। ସେଥି ମଧ୍ୟରୁ ଦୁଇଜଣ ଙ୍କ ଅବସ୍ଥା ଗୁରୁତର ରହିଛି।ସେମାନେ ହେଲେ ରାଇଘର ଥାନା ପାଣ୍ଡ୍ରିପଖନା ଗ୍ରାମର ଧନିରାମ ଗଣ୍ଡ (୩୦)ଓ ଡାବୁଗାଁ ଥାନା ଅନ୍ତର୍ଗତ ହଳଦି ଗ୍ରାମ ର ଜୟସିଂ ଭତରା (୬୦) । ସୂଚନା ଅନୁଯାୟୀ ଡାବୁଗାଁ ଥାନା ଅନ୍ତର୍ଗତ ହଳଦି ଗ୍ରାମ ର ଜୟସିଂ ଭତରା(୬୦) ଓ ନିକଟ କକଡା ଗୁଡା ଗ୍ରାମର ମନବୋଧ ଭତରା (୩୦) ଓ ପର୍ଶୁ ଭତରା (୫୦) ଏକ ବାଇକ୍ ନ ସିଜି ୨୩ ଏଫ୍ ୮୨୭୬ ଯୋଗେ କୌଣସି ଏକ କାର୍ଯ୍ୟରେ ପାପଡାହାଣ୍ଡି ଯାଇ ଦିନ ୧ ଘଣ୍ଟ ସମୟରେ ନିଜ ଗ୍ରାମ କୁ ଫେରୁଥିଲେ। ରାଇଘର ଥାନା ସରଗୁଲି ଗ୍ରାମ ର ରାମ ପ୍ରସାଦ ଗଣ୍ଡ (୨୯) ଓ ପାଣ୍ଡ୍ରି ପଖନା ଗ୍ରାମ ର ଧନିରାମ ଗଣ୍ଡ (୩୦) ଏକ ବାଇକ୍ ନ (ଓଡ଼ି ୨୪ କେ ୨୬୩୧) ଯୋଗେ ନବରଙ୍ଗପୁର ଯିବା ସମୟରେ ଡାବୁଗାଁ ଥାନା ଅନ୍ତର୍ଗତ ବାରିଗୁଡା ଛକ ନିକଟରେ ଭାରସାମ୍ୟ ହରାଇ ମୁହାମୁହି ଧକ୍କା ହୋଇଥିଲେ। ଏଥିରେ ଦୁଇଟି ବାଇକ୍ ରେ ବସିଥିବା ସମସ୍ତ ୫ ଜଣ ରାସ୍ତା କଡ଼କୁ ଛିଟିକି ପଡିବା ସହ ଆହତ ହୋଇଥିଲେ। ଡାବୁଗାଁ ଅଗ୍ନିଶମ କର୍ମଚାରୀ ସମସ୍ତ ଆହତ ଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଗୁରୁତର ଆହତ ହୋଇଥିବା ହଳଦି ଗ୍ରାମ ର ଜୟସିଂ ଭତରା ଓ ପାଣ୍ଡ୍ରୀପଖନା ଗ୍ରାମ ର ଧନିରାମ ଗଣ୍ଡ ଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ସରକାରୀ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା। ଖବର ପାଇ ଡାବୁଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଟି ଦୁର୍ଘଟଣା ଗ୍ରସ୍ତ ବାଇକ୍ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.