ଓଡ଼ିଶା ଛତିଶଗଡ ସୀମା ସିଙ୍ଗିସାରି ରେ ପୋଲିସ ର ଫ୍ଲାଗ ମାର୍ଚ୍ଚ

0

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୦/୦୪/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଓଡିଶା ଛତିଶଗଡ ସୀମା ସିଙ୍ଗିସାରି ତରେଙ୍ଗା ଗ୍ରାମ ରେ ଆଜି ଡାବୁଗାଁ ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଆଗାମୀ ସାଧାରଣ ନିର୍ବାଚନ କୁ ଅବାଧ, ହିଂସା ମୁକ୍ତ ଓ ଶାନ୍ତି ଶୃଙ୍ଖଳା ର ସହ ପରିଚାଳନା କରିବାକୁ ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା। ସୀଙ୍ଗିସାରି ଓ ତରେଙ୍ଗା ଗ୍ରାମ ର ପ୍ରତ୍ୟେକ ସାହି ବୁଲି ଲୋକଙ୍କୁ ନିର୍ବାଚନ ସମ୍ବନ୍ଧରେ ସଚେତନ କରିବା ସହ ଭୟମୁକ୍ତ ହୋଇ ନିର୍ବାଚନରେ ନିଜ ର ମତଦାନ କରିବାକୁ କହିଥିଲେ। ସୂଚନା ଥାଉ କି ଡାବୁଗାଁ ଥାନା ଅନ୍ତର୍ଗତ ସୀଙ୍ଗିସାରି ଓ ତରେଙ୍ଗା ଓଡ଼ିଶା ଛତିଶଗଡ ସୀମାନ୍ତ ଗ୍ରାମ ହୋଇଥିବାରୁ ପୁଲିସ ପକ୍ଷରୁ ଏଠାରେ ଗାଡି ମୋଟର ଯାଞ୍ଚ କଡା କଡି କରାଯାଇଛି। ଏହି ଫ୍ଲାଗ ମାର୍ଚ୍ଚ ସମୟରେ ଡାବୁଗାଁ ଥାନା ଅଧିକାରୀ ସୁନିଲ ପ୍ରଧାନ, ସୀଙ୍ଗିସାରି ପୁଲିସ ଫାଣ୍ଡି ଅଧିକାରୀ ତଥା ଏ ଏସ ଆଇ ଶିଶିର କାନ୍ତ ଘୋଷ, ଏକ ପ୍ଲାଟୁନ ସି ଆର ପି ଏଫ୍ ତଥା ପୁଲିସ କର୍ମୀ ସାମିଲ ଥିଲେ।

Leave A Reply

Your email address will not be published.